Home ଓଡ଼ିଶା ପାଣିନାଳ ପାର ହୋଇହୋଇ ଚାଷ ଜମିକୁ ଯାଉଥିବା ବେଳେ ଜଳସ୍ରୋତରେ ଭାସି ଯାଇ ଚାଷୀର ମୃତ୍ୟୁ

ପାଣିନାଳ ପାର ହୋଇହୋଇ ଚାଷ ଜମିକୁ ଯାଉଥିବା ବେଳେ ଜଳସ୍ରୋତରେ ଭାସି ଯାଇ ଚାଷୀର ମୃତ୍ୟୁ

35

ମାଲକାନଗିରି,୨୨ା୭ (ଓଡିଆ ପୁଅ )ଚାଷ ଜମିକୁ ହଳକରିବାକୁ ଯାଉଥିବା ସମୟରେ ଜଳସ୍ରୋତରେ ଭାସି ଯାଇ ଜଣେ ଚାଷୀର ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ପଡିଆ ଥାନା ମାଟେରୁ ପଚାଂୟତ ବାଟାଓ୍ୟାର୍ଡା ଆଦିବାସୀ ଗ୍ରାମରେ । ସେହି ଗ୍ରାମର ଗଙ୍ଗା କବାସୀ(୩୫) ଆଜି ସକାଳେ ହଳଲଙ୍ଗଳ କାନ୍ଧେଇ ବଳଦଙ୍କୁ ନେଇ ନିଜ ଚାଷଜମିକୁ ଯାଉଥିଲେ । ଗତ ତିନିଦିନ ଧରି ପ୍ରବଳ ବର୍ଷାରେ ଗାଁ ମୁଣ୍ଡରେ ଥିବା ଏକ ପାଣିନାଳରେ ପ୍ରବଳବେଗରେ ପାଣି ପ୍ରଭାବିତ ହେଉଥିଲା । ପ୍ରତିଦିନପରି ଆଜି ସେ ନାଳରେ ପସି ପାର ହେଉଥିବା ସମୟରେ ଗୋଡ ଖସି ଯିବାରୁ ଗଭିର ଜଳ ସ୍ରୋତରେ ଭାସିଯାଇଥିଲେ । ସେ ଠାରେ ଥିବା କିଛି ଲୋକ ଏହାକୁ ଦେଖି ପାଣିରେ ଭାସିଗଲାରେ ବୋଲି ଚିତ୍କାର କରି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ସେହି ପାଣିନାଳର ଜଳସ୍ରୋତରେ କିଛି ସମୟ ଖୋଜା ଖୋଜି କଲାପରେ ଗଙ୍ଗା ଙ୍କର ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ତାଙ୍କୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଗଙ୍ଗାଙ୍କ ପୁତୁରା ମନୋଜ କବାସୀ ଏ ସଂପର୍କରେ ପଡିଆ ଥାନାରେ ଏକ ଏତଲା ଦେବାପରେ ପଡିଆ ଥାନା ୧୪/୨୦୨୧ କେସ ନମ୍ବର ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଢିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ,ସବଇନିସପେକ୍ଟର ହରିଶ୍ଚନ୍ଦ୍ର ଗୋଲରୀ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବବ୍ୟବଛେଦ ପାଇଁ କାଲିମେଳା ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଗଙ୍ଗା କବାସୀ ଜଣେ ଗରିବ ଚାଷୀ ତାଙ୍କର ବୃଦ୍ଧ ପିତା ମାତା ଓ ପତ୍ନୀ ୪ଟି ସନ୍ତାନ ଅଛନ୍ତି, ସେ ଘରକୁ ଏକ ମାତ୍ର ରୋଜଗାରିଆ ଭାବେ ଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୃତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.