Home ଜିଲ୍ଲା ପରିକ୍ରମା ସାବରଙ୍ଗ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ବିରୋଧରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ନିନ୍ଦା କରିବା ସହିତ...

ସାବରଙ୍ଗ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ବିରୋଧରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

51

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାବରଙ୍ଗ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ବିରୋଧରେ ଓକିଲସଂଘ ପକ୍ଷରୁ ନିନ୍ଦା କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ସାବରଙ୍ଗ ଥାନାର ଆଇଆଇସି ମନୋରମା ବାରିକଙ୍କ ଦ୍ୱାରା ଓକିଲ ପ୍ରଦୀପ ନାୟକଙ୍କୁ ଥାନାରେ ଅପ୍ରିତିକର ବ୍ୟବହାର ପ୍ରଦର୍ଶନ କରିବା ସହିତ ବାରଘଣ୍ଟା ଅଟକ ରଖି କୋର୍ଟ ଚାଲାଣ କରିବା ଘଟଣାକୁ ନେଇ ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ସଂଘର ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତିି ଦିଲ୍ଲିପ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଯୋଗଦେଇ ସାବରଙ୍ଗ ଥାନାର ଆଇଆଇସି ଜଣେ ଓକିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରାନଯାଇ ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହିତ ତାଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍‌ଜୀବୀମାନେ ମତପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସଂପାଦକ ଜିତେନ୍ଦ୍ର ପଣ୍ଡା, ଉପସଭାପତି କରୁଣାକର ଦାଶ, ନିକୁଞ୍ଜ ପୁହାଣ, ଅଭୟ ସେଠୀ, ଅଶୋକ ନାୟକ, ସୁରେନ୍ଦ୍ର କର, ସଂଗ୍ରାମ ଜେନା, ଶେକ୍ ଶାହାଜାନ୍‌, ସଞ୍ଜୟ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇ ପୋଲିସର ବେଆଇନ୍ କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନ୍‌ଜୀବି ପୂର୍ଣ୍ଣ ମହାନ୍ତି, ସୂର୍ଯ୍ୟକାନ୍ତ କୁଅଁର, ବିଜନ ଜେନା, ନିଶିକାନ୍ତ ନାୟକ, ରାଜୀବ୍ ବାରିକ, ପ୍ରଫୁଲ୍ଲ ସାମଲ, ଗୌରାଙ୍ଗ ନାୟକ, ମନୋରଞ୍ଜନ କର, ସନ୍ତୋଷ ଆଚାର୍ଯ୍ୟ, ଅମର ବାରିକ, ହୃଷି ବାରିକ, କାହ୍ନୁ ବାରିକ, ହୃଷିକେଶ ବେହେରା, ସେକ୍ ଇସ୍ତାହାର, ସୁବୋଦ ନାୟକ, କିଶୋର ବଳ, ଗଣେଷ ମହାପାତ୍ର, ଦାମୋଦର ପଣ୍ଡାଙ୍କ ସମେତ ଶତାଧିକ ଆଇନ୍‌ଜୀବୀମାନେ ଉପସ୍ଥିତ ରହି ସାବରଙ୍ଗ ପୋଲିସର ମାତ୍ରାଧିକ କାର୍ଯ୍ୟ ବିରୋଧରେ ସଂଘ ପକ୍ଷରୁ ନିନ୍ଦା କରାଯିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କମିଟି ଗଠିତ ହୋଇଅଛି । ଆସନ୍ତା ସୋମବାର ୧୯ତାରିଖରେ ଓକିଲ ସଂଘର ସଦସ୍ୟମାନେ କଳାବ୍ୟାଚ ପରିଧାନ କରିବା ସହିତ ଆଇଆଇସି ମନୋରମା ବାରିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ସହିତ ଆଇଆଇସିଙ୍କ ବେଆଇନ୍ କାର୍ଯ୍ୟକୁ ନେଇ ପୋଲିସ୍ ବିଭାଗର ମହାନିର୍ଦ୍ଦେଶକ ଡ଼ିଜିପି, ଆଜି, ରାଜ୍ୟ ମାନବାଧିକାରର ଚ୍ୟାୟାରମ୍ୟାନ୍ ଓ ଉଚ୍ଚ କର୍ମକର୍ତ୍ତାଙ୍କୁ ଅବଗତ କରାଯିବ । ଏତଦ୍ ବ୍ୟତିତ ଆଇଆଇସି ମନୋରମା ବାରିକ ଓ ଆଇଓ ମିଳିତଭାବେ ଓକିଲ ପ୍ରଦୀପ ନାୟକଙ୍କ ପ୍ରତି ଥାନାରେ ଦୁଃବ୍ୟବହାର ପ୍ରଦର୍ଶନ ଓ ବାରଘଣ୍ଟା ଥାନାରେ ଅଟକ ସହିତ କୋର୍ଟ ଚାଲାଣ କରିଥିବାରୁ ତାଙ୍କ ବିରୋଧରେ ମୋକଦ୍ଦମା ଦାଏର କରାଯିବ ବୋଲି ସଂଘ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.