Home ଜିଲ୍ଲା ପରିକ୍ରମା ୭୨ତମ ବନ ମହୋତ୍ସବ ସପ୍ତାହର ଉଦ୍‌ଯାପନୀ ଦିବସ, ଭଦ୍ରକ ବନାଞ୍ଚଳ ଅଧିକାରୀଙ୍କୁ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ...

୭୨ତମ ବନ ମହୋତ୍ସବ ସପ୍ତାହର ଉଦ୍‌ଯାପନୀ ଦିବସ, ଭଦ୍ରକ ବନାଞ୍ଚଳ ଅଧିକାରୀଙ୍କୁ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ବନବନ୍ଧୁ’ ସମ୍ମାନ

66

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃକ୍ଷ ହିଁ ଜୀବନ । ଏହାର ବିନାଶରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି । ବିଶେଷକରି ଏଥିରୁ ନିର୍ଗତ ଅମ୍ଳଜାନ ଜୀବ ଜଗତର ହିତ ସାଧନ କରିଆସୁଥିବାବେଳେ ବର୍ତ୍ତମାନର କରୋନା ଜନିତ ମହାମାରୀରେ ଅମୃତ ତୁଲ୍ୟ ହୋଇଛି । ଏଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ସନ୍ତାନକୁ ଲାଳନ ପାଳନ କରିଆସୁଥିବାବେଳେ ଚାରାଟିଏ ଲଗାଇ ତାହା ବୃକ୍ଷରେ ପରିଣତ ପର୍ଯ୍ୟନ୍ତ ଯତ୍ନଶୀଳ ହେଲେ ପ୍ରକୃତି ସବୁଜ ସୁନ୍ଦର ହୋଇପାରିବ ବୋଲି ଆଜି ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭଦ୍ରକ ବନାଞ୍ଚଳ ଅଧିକାରୀ ରଣଜିତ ମହାନ୍ତିଙ୍କୁ ‘ବନବନ୍ଧୁ’ ସମ୍ମାନରେ ସମ୍ମାନିତ କରିବା ଅବସରରେ ଭଦ୍ରକ ପଂଚାୟତ ସମିତିର ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ ମତବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ତିନି ବର୍ଷରେ ଭଦ୍ରକ ବନଖଣ୍ଡ ଅଧୀନରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଚାରା ବଣ୍ଟନ ହୋଇ ରୋପଣ କରାଯାଇଛି । ଏଥିରେ ବର୍ତ୍ତମାନର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତିଙ୍କ ଅବଦାନ ବେଶ୍ ପ୍ରଶଂସନୀୟ । ଏଣୁ ପ୍ରତିବର୍ଷ ଭଳି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜିଲାରେ ବୃକ୍ଷରୋପଣ ଓ ଏ ଦିଗରେ ସଚେତନତା ସୃଷ୍ଟି କରିଆସୁଥିବା ଜଣେ ବ୍ୟକ୍ତିବିଶେଷଙ୍କୁ ରାଜ୍ୟର ଅଗ୍ରଣୀ ସଂଗଠନ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରିବା ଅବସରରେ କରୋନା ଜନିତ କଟକଣା କାରଣରୁ ସମସ୍ତ ସରକାରୀ ନିୟମ ମୂଳେ ସାମାଜିକ ଦୂରତ୍ୱ ବଜାୟ ରଖି ଚଳିତବର୍ଷ ଶ୍ରୀ ମହାନ୍ତିଙ୍କୁ ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମାନିତ କରିଛନ୍ତି । ଟ୍ରଷ୍ଟର ମିଡିଆ ସେଲ୍‌ର ଅଧ୍ୟକ୍ଷ ପ୍ରମୋଦ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ନିରାଡମ୍ବର ଉତ୍ସବରେ ସଂଗଠନର ବହୁ କର୍ମକର୍ତ୍ତାଙ୍କ ସମେତ ଫରେଷ୍ଟର ବସନ୍ତ କୁମାର ମାଝୀ, ଫରେଷ୍ଟର ଶ୍ରୀଦେବୀ ବାରିକ, ମୋହନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.