କୋରାପୁଟ ୦୫-୦୭(ଓଡିଆ ପୁଅ /ରଂଜନ ଦାସ) ସୋମବାର କୋରାପୁଟ ଜିଲ୍ଲାରେ ୩୭ଜଣ ମହିଳାଙ୍କ ସମେତ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୭୩ ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩,ଜୟପୁର ପୌରାଂଚଳରୁ ୫,ସୁନାବେଡା ପୌରାଂଚଳରୁ ୫ ଓ କୋଟପାଡ ଏନଏସିରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବନ୍ଧୁଗାଁ ବ୍ଲକରୁ ୧,ବୈପାରିଗୁଡା ବ୍ଲକରୁ ୩,ଦଶମନ୍ତପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୩,କୁନ୍ଦୁରା ବ୍ଲକରୁ ୨, ଲକ୍ଷ୍ମୀପୁର ବ୍ଲକରୁ ୧,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୯ ଓ ସେମଲିଗୁଡା ବ୍ଲକରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ବୋରିଗୁମ୍ମା,ଜୟପୁର ଓ ଲମତାପୁଟ ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୪ ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୬୩୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୬୮୧ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୨ରେ ରହିଛି ।