କୋରାପୁଟ ୨୩-୦୬(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲ୍ଲାରେ ୨୯ଜଣ ମହିଳାଙ୍କ ସମେତ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୯୦ରେ ପହଂଚିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୫୬ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୨, ଜୟପୁର ପୌରାଂଚଳରୁ ୨୨ , ସୁନାବେଡା ପୌରାଂଚଳରୁ ୩ ଓ କୋଟପାଡ ଏନଏସିରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି । ସେହିପରି ବନ୍ଧୁଗାଁ ବ୍ଲକରୁ ୩, ବୈପାରିଗୁଡା ବ୍ଲକରୁ ୧୧,ବୋରିଗୁମ୍ମା ବ୍ଲକରୁ ୫,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୯ ଓ କୋରାପୁଟ ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୨, ନାରାୟଣପାଟଣା ବ୍ଲକରୁ ୨ ଏବଂ ପଟ୍ଟାଙ୍ଗୀ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୨ ତାରିଖ ସୁଦ୍ଧା ୩ ଲକ୍ଷ ୪୬ ହଜାର ୫୦୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୩ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୬୬୭୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୫୮ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।