Home ଜିଲ୍ଲା ପରିକ୍ରମା ଧାମରାରେ କେନ୍ଦ୍ରୀୟ ଦଳକୁ ବିଜେପି ପକ୍ଷରୁ ଦାବୀପତ୍ର

ଧାମରାରେ କେନ୍ଦ୍ରୀୟ ଦଳକୁ ବିଜେପି ପକ୍ଷରୁ ଦାବୀପତ୍ର

51

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟଶ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ପ୍ରତିନିଧି ଦଳକୁ ଧାମରା ବିଜେପି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଧାମରା ଅଂଚଳରେ ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଧାମରା ଅଂଚଳରେ ବିଗତ ଦିନ ମାନଙ୍କରେ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ୟଶ ବାତ୍ୟା ସମୟୟରେ ଦୋସିଙ୍ଗା,ବାଂଶଡା,ଧାମରା,ଜାଗୁଳା,କଇଥଖୋଲା,କରଞମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତର ବହୁ ଜନସାଧାରଣ ଦୀର୍ଘ ୧୧ ଦିନ ଜଳବନ୍ଦୀ ହୋଇ ଜୀବନ ଅତିବାହିତ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଡ୍ରେନେଜ ବ୍ୟବସ୍ଥାକୁ ନଜର ଦିଆଗଲେ ତୁରନ୍ତ ବର୍ଷା /ବନ୍ୟାଜଳ ବଙ୍ଗୋପ ସାଗର କୁ ନିଷ୍କାସିତ ହୋଇ ପାରନ୍ତା । ଧାମରା ଅଂଚଳରେ ପିଇବା ପାଣିର ସୁବନ୍ଦୋବସ୍ତ କରାଯିବା ସହ ସାଧାରଣ କୃଷ୍କଙ୍କ ମାନଙ୍କ କୃଷି ରୁଣ ଛାଡ କରାଯିବାଧାମରା ଅଂଚଳରେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମେଡିକାଲ ସ୍ଥାପନ କରାଯିବାକୁ ମଧ୍ୟ ଏହି ଦାବୀ ପତ୍ରରେ ଉଲ୍ଲେଖ ଅଛି । ୟାଶ ସମୟରେ ଏହି ୮ପଂଚାୟତରେ ଥିବା ଗ୍ରାମୀଣ ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ପ୍ରାଥମିକ ବିଦ୍ୟାଳୟ ଗୃହ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ତୁରନ୍ତ ଯୁଦ୍ଧ କାଳୀନ ଭିତିରେ ଏହାକୁ ନିର୍ମାଣ କରାଯିବା ସହ ଧାମରା ଅଂଚଳରେ ଥିବା ରାଜ୍ୟ ସରକାରଙ୍କ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ରେଡକ୍ରସ ଘରର ପୁନଃ ନିର୍ମାଣ ସହ ଅଧିକ ସଂଖ୍ୟକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ଧାମରା ଠାରେ ବିଦ୍ୟୁତ ସୁପରିଚାଳନା ପାଇଁ ଏକ ଗ୍ରୀଡଷ୍ଟେଶନ ସ୍ଥାପନ ପାଇଁଏହି ଦାବୀପତ୍ରରେ ଉଲ୍ଲେଖ ଅଛି । ବିଜେପି ପକ୍ଷରୁ ଏହି ଦାବୀ ପତ୍ର କୃଷି ମନ୍ତ୍ରଣାଳୟର ନିର୍ଦେଶକ ବିପୁଳ କୁମାର ଶ୍ରୀବାସ୍ତବ , ବିତ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦେଶକ ସୂରଜ କୁମାର ପ୍ରଧାନ ଏବଂ ସଡକ ପରିବହନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଧାମରା ବିଜେପି ମଣ୍ଡଳ ପକ୍ଷରୁ ଦେବେନ୍ଦ୍ର ନାୟକ, ପ୍ରମୋଦ ନାୟକ, ସୋନୁ ଲେଙ୍କା, ପ୍ରଦ୍ୱୀପ ରାଉତ ଙ୍କ ସମେତ ବହୁ ବିଜେପି ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.