ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଦେଶୀ ରନ୍ଧାମଦ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଆସୁଥିବାବେଳେ ଆଜି ଭୋର୍ ସମୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବାସୁଦେବପୁର ବ୍ଲକ୍ର ଆର୍ତ୍ତୁଙ୍ଗ ପଂଚାୟତ କାର୍ଯ୍ୟାଳୟ ନିକଟରେ ଚଢାଉ କରାଯାଇ ଏକ ବିଦେଶୀ ନକଲି ହାତ ତିଆରି ମଦ କାରଖାନାକୁ ଠାବ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ଏହି ବିଭାଗ ଏହି କାରଖାନାକୁ ଠାବ କରିବା ଦିଗରେ ଗୋଟିଏ ମାସ ହେଲା ଅନୁସନ୍ଧାନ ଜାରି ରଖିଥିଲେ । ଏହି ମଦକୁ ସେମାନେ ବୋତଲ ପିଛା ୮୦ ଟଙ୍କା ଲେଖାଏଁ ବିକ୍ରି କରୁଥିଲେ । ବିଶେଷକରି ଲକଡାଉନ୍ ଓ ସଟଡାଉନ୍ ସୁଯୋଗରେ ଏମାନେ ନିଜର ବେପାରକୁ ବୃଦ୍ଧି କରିଚାଲିଥିଲେ । ପରେ ଉକ୍ତ ସ୍ଥାନରେ ଚଢାଉ କରି ୫୦ ଲିଟର ସ୍ପିରିଟ୍, ୩ ଲିଟର କାରାମେଲ୍, ୩୦୦ ଏମ୍ଟି ବୋତଲ, ନଗଦ ୩୦ ହଜାର ଟଙ୍କା, ୧୦୦ ଲିଟର ବିଦେଶୀ ନକଲି ମଦ, ନାମୀଦାମୀ କଂପାନୀର ଲୋଗୋ, ଓଡ଼ିଶା ସରକାର ଓ ବିଭିନ୍ନ ମଦ କଂପାନୀଙ୍କ ଷ୍ଟିକର, ମଦ ବୋତଲ ଠିପି, ସିଲିଂ ମେସିନ୍ ଓ ମଦ ତିଆରି ଯନ୍ତ୍ରାଂଶ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ଏହି ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ଉକ୍ତ ଗ୍ରାମର ଅକ୍ଷୟ ବେହେରା ଓ ପର୍ଶୁରାମ ସନ୍ଧିବିଗ୍ରହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଆର୍ତ୍ତୁଙ୍ଗରୁ ବିଦେଶୀ ନକଲି ମଦ କାରଖାନା ଠାବ, ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଯନ୍ତ୍ରାଂଶ ଜବତ,...