Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଆଉ ୨୧୬ ଆକ୍ରାନ୍ତ

ଚିହ୍ନଟ ହେଲେ ଆଉ ୨୧୬ ଆକ୍ରାନ୍ତ

43

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକରୁ ଆଉ ୨୧୬ଜଣ ନୂଆ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୧ହଜାର ୮୭ । ସୁସ୍ଥଙ୍କ ସଂଖ୍ୟା ରହିଛି ୯ହଜାର ୪୫୦ । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୬୦୫ । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ ହସପିଟାଲ, କିମ୍‌ସ ହସ୍‌ପିଟାଲ ଏମ୍‌ସ୍ ଓ ଏସ୍‌ସିବିରୁ ମୋଟ ଭଦ୍ରକ ବ୍ଲକର ୫ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକର ବାରକୋଣିଆ, ପଧାନପଡା, ରାମଚନ୍ଦ୍ରପୁର, ଚାରିଗାଁ, ରାମକୃଷ୍ଣପୁର, ଆଡିଆ, ଧାନଘର ଗ୍ରାମରୁ ମୋଟ ୨୧ଜଣ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନ୍‌ଏସିର ୬ ନଂ ଓ ୮ ନଂ ୱାର୍ଡରୁ ୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ପୌରପାଳିକାର ବନ୍ତଛକ, ବଙ୍କସାହି, ୟୁସୁଫ୍‌ପୁର, ଛଡାକମହଲା, କାଜି ମହଲା, ବାଇପାସ୍‌, ବାଗୁରାଇ, ନୂଆବଜାର, ଅପର୍ତ୍ତିବିନ୍ଧା, ପୁରୁଣାବଜାର, ସରାଳିପୁର, ଜାନୁଗଞ୍ଜ ଅଞ୍ଚଳରୁ ମୋଟ ୩୭ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ନୂଆପୋଖରୀ, ଶ୍ୟାମସୁନ୍ଦରପୁର, ନୂଆଗାଁ, ପାଟୁଳି, ରାମଚନ୍ଦ୍ରପୁର, ସରସଦା ଗ୍ରାମରୁ ୧୭ଜଣ, ବାସୁଦେବପୁର ପୌରପାଳିକା ୧୭ ନଂ ୱାର୍ଡରୁ ଜଣେ, ଧାମନଗର ଏନ୍‌ଏସି ୧ ନଂ ୱାର୍ଡରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ବଚ୍ଛଦା,ଇରମ, ସୁଦର୍ଶନପୁର ଗ୍ରାମରୁ ୧୦ଜଣ, ଭଦ୍ରକ ବ୍ଲକର ବଣିଆ, ବେନ୍ତାଳ, ସାମରାଇପୁର, ଗେଲଟୁଆ, ଅଣ୍ଢେଇପଲୀ, ପାଞ୍ଚପଡା, ଏରଡା, ଅମାରଗଡ଼ିଆ, କାଉପୁର, ରାହାଞ୍ଜ, ଆର.ଏନ. ବେତରା, ଆମ୍ବରୋଳି, ବାଣିତିଆ, ବ୍ରହ୍ମପୁର, ଚଣ୍ଡିଗାଁ, ଭଦ୍ରକାଳିସାହି, ଓଲଙ୍ଗ, ସାବରଙ୍ଗ ଆଦି ଗ୍ରାମରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ବାଲିଚତୁରି, ଦେଉଳା, ଅଚକ, ମାଟିଆସାହି, ବୋଡକ, ଦୋଳସାହି, ସୟା, ଶ୍ୟାମସୁନ୍ଦରପୁର, ତାଳପଦା ଗ୍ରାମରୁ ୯ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲା ହାଟଡିହି, ବାଲେଶ୍ୱର ଜିଲ୍ଲା ଖଇରା, କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଧାମନଗର ବ୍ଲକର ଶିବପୁର, ଧୁଷୁରୀ, ଫତେପୁର, ହୁଙ୍ଗେଇପାଳ, କଟସାହି, ଖପରପଦା, ନଦୀଗାଁ, କଣ୍ଟିଡାଲା, ପାହାଡ଼ପୁର, ରାଧାବଲ୍ଲଭପୁର, ବି.ଜି.ପୁର, ଦଳାଙ୍ଗ, ଦୋବଲ, ହସନାବାଦ ଗ୍ରାମରୁ ମୋଟ ୨୨ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ବାଜରାପୁର, ମତୋ, ବାଂଶଡା, ବି.ଜେ. ନଗର, ବାଲୁକୁଣି, ମାଧପୁର, ନୂଆଗାଁ, ଓରାସାହି, ଗୁରୁଜାଲ ଗ୍ରାମରୁ ମୋଟ ୩୩ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.