Home ଜିଲ୍ଲା ପରିକ୍ରମା ଧାମରା ସମୁଦ୍ର ପଥରେ ମଦର ଚୋରା ଚାଲାଣ, ୩୫ ଲିଟର ମଦ, ୨ ଚୋରା ବେପାରୀଙ୍କ...

ଧାମରା ସମୁଦ୍ର ପଥରେ ମଦର ଚୋରା ଚାଲାଣ, ୩୫ ଲିଟର ମଦ, ୨ ଚୋରା ବେପାରୀଙ୍କ ସହ ବାଇକ ଜବତ

18

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରୁ ଜଳପଥରେ ମଦ ଚୋରା ଚାଲାଣ ବେଳେ ସମୁଦ୍ର ପଥରେ ଏହା ଜବତ ହୋଇଛି । ଧାମରା ଥାନା ଏବଂ ଧାମରା ମେରାଇନ ଥାନା ଅଧିନରୁ ଏହି ମଦ ଚୋରା ଚାଲାଣ ହେଉଥିଲା ବୋଲି ଗିରଫ ହୋଇଥିବା ଯୁବକ ଦ୍ୱୟ ମତ ରଖିଛନ୍ତି । ଖବରରୁ ପ୍ରକାଶ ଧାମରା ବଜାର ଉପରେ ଥିବା ମଦ ଦୋକାନ ରୁ ୧୬୮ ଟି ମଦ କୁ ଏକ ବୋଟ ଯୋଗେ ତାଳଚୁଆକୁ ପଠାଯାଉଥିଲା । ଦିନ ୨ଟା ସମୟରେ ଏହା ଚୋରା ଚାଲାଣ କରାଯାଉଥିବା ବେଳେ କେନ୍ଦ୍ରପଡା ଜିଲାର ତାଳଚୁଆ ମେରାଇନ ପୁଲିସ ସମୁଦ୍ରରେ ପଇଁତରା ମାରୁଥିଲେ । ପୁଲିସ ବୋଟକୁ ଦେଖି ମଦ ନେଇ ଯାଉଥିବା ବୋଟଟି ଇତସ୍ଥତ ହୋଇ ବାଟ ଭାଙ୍ଗି ଯାଉଥିବା ଦେଖି ତାଳଚୁଆ ମେରାଇନ ପୁଲିସ ର ସନ୍ଦେହ ହୋଇଥିଲା । ତାଳଚୁଆ ମେରାଇନ ପୁଲିସ ଉକ୍ତ ବୋଟକୁ ଅଟକାଇ ଏକ ବସ୍ତାରେ ଥିବା ୧୬୮ଟି ମଦ ବୋତଲ ସହ ୨ଜଣଙ୍କୁ ଗିରଫ କରିଥିଲା । ଉକ୍ତ ବୋଟରେ ଚୋରା ମଦ ବେପାରୀଙ୍କ ଏକ ବାଇକ (ଓଆର-୨୨ଇ-୮୫୦୮) କୁ ମଧ୍ୟ ଜବତ କରିବାରେ ସଫଳ ହୋଇଥିଲେ । ତାଳଚୁଆ ମେରାଇନ ଅଧିକାରୀ ଗିରଫ କରିଥିବା କେନ୍ଦ୍ରାପଡା ଜିଲ୍ଲାର ଶିବ ପ୍ରସାଦ ବେହେରା ଏବଂ ଲକ୍ଷ୍ମଣ ମାଇତିଙ୍କୁ ଅଟକ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଧାମରା ଅଂଚଳରେ ୨ଟି ଥାନା ଥିବା ସତ୍ୱେ କିପରି ଚୋରା ମଦ ବେପାରୀ ଏହି ଦୁଇ ଥାନା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଜଳପଥରେ ସବୁଦିନ ଚୋରା ମଦ ନେଇ ନିକଟସ୍ଥ କେନ୍ଦ୍ରାପଡାକୁ ଯାଉଛନ୍ତି! କଣ ଧାମରା ରୁ ଚୋରା ଚାଲାଣ କରୁଥିବା ବାବୁ ମାନଙ୍କୁ ପୁଲିସ ସହାୟତା ଯୋଗାଉ ନାହିଁତ । ଏଥିପ୍ରତି କେବଳ ଅବକାରୀ ବିଭାଗ ନୁହେଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.