ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା୍ଲରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । ନୂଆ ଆକ୍ରାନ୍ତ ୧୦୩ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୮୦୬ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୯୯୬ରହିଛି । ସକ୍ରିୟ ଆକ୍ରାନ୍ତ ୭୮୨ ଥିବା ସୂଚନା ଦିଆ ଯାଇଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ୨ଜଣ, ଏମ୍ସରେ ୨ଜଣ, କିମ୍ସରେ ୨ଜଣ, କଟକ ଏସ୍ସିବିରେ ୫ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ଚୁଡାମଣି ଗ୍ରାମରୁ ୨ଜଣ, ଗୋବିନ୍ଦପୁରରୁ ୩ଜଣ, ବିନାୟକପୁରରୁ ଜଣେ, ଉରୁଣିଆରୁ ଜଣେ, ରାଜଘରପୋଖରୀରୁ ଜଣେ, ବାସୁଦେବପୁର ପୌରପାଳିକାର ୧୨ନଂ ୱାର୍ଡ ରୁ ଜଣେ, ଭଦ୍ରକ ପୌରପାଳିକାର ୭ନଂ ୱାର୍ଡ ଗବସାହିରୁ ଜଣେ, ୯ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ, ୧୧ ନଂ ୱାର୍ଡ ନୂଆବଜାରରୁ ୪ଜଣ, ୨୬ ନଂ ୱାର୍ଡରୁ ୨ଜଣ, ୫ ନଂ ୱାର୍ଡ ପଥରଆଡ଼ିରୁ ୨ଜଣ, ଚରମ୍ପାରୁ ଜଣେ, ବାଇପାସ୍ରୁ ଜଣେ, ୨୯ ନଂ ୱାର୍ଡ ଗରଦପୁରରୁ ୨ଜଣ, ୩୦ନଂ ୱାର୍ଡ ଗରଦପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଳକର ରାଉତରାପୁରରୁ ୩ଜଣ, ଚକ୍ରାପାଢୀରୁ ଜଣେ, ତେଜପୁରରୁ ୪ଜଣ, ମହାନ୍ତିିପଡାରୁ ୩ଜଣ, ରାମପୁରରୁ ଜଣେ, ପାଟଣା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ସିନ୍ଦୋଳ ଗ୍ରାମରୁ ଜଣେ, ଭଦ୍ରକ ବ୍ଲକ ବ୍ରହ୍ମପୁରରୁ ଜଣେ, ଚରମ୍ପାରୁ ୨ଜଣ, କଲେଇ ଗ୍ରାମରୁ ଜଣେ, ବିରିପଡ଼ା ଗ୍ରାମରୁ ଜଣେ, ଗୁଜିଦରଡ଼ାରୁ ଜଣେ, ଖଣ୍ଡତଡ଼ାରୁ ଜଣେ, କୋରକୋରାରୁ ଜଣେ, ଲାଙ୍ଗୁଡିରୁ ଜଣେ, ଅସୁରା ଗ୍ରାମରୁ ଜଣେ, ନଳାଙ୍ଗରୁ ୩ଜଣ, କୋଡନନ୍ଦପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ଧାମରାରୁ ୪ଜଣ, ଶଶିକାଦେଇପୁର ଗ୍ରାମରୁ ଜଣେ, ହରିପୁର ଗ୍ରାମରୁ ଜଣେ, ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ହରିପୁର ଗ୍ରାମରୁ ୨ଜଣ, କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ଏନ୍ଏସି ୫ ନଂ ୱାଡରୁ ଜଣେ, ୭ ନଂ ୱାର୍ଡରୁ ୩ଜଣ, ୮ ନଂ ୱାର୍ଡରୁ ଜଣେ, ୧୦ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ମଢିଆଳିରୁ ଜଣେ, ଦକ୍ଷିଣବାଡ ଗ୍ରାମରୁ ୨ଜଣ, ଲୀନାପଦି ଗ୍ରାମରୁ ଜଣେ, ବେଲଗଡିଆ ଗ୍ରାମରୁ ଜଣେ, ଧାମନଗର ବ୍ଲକର ବାଲିପାଟଣା ଗ୍ରାମରୁ ଜଣେ, ଦେଉଳଡିହି ଗ୍ରାମରୁ ୩ଜଣ, ଧୁଷୁରୀରୁ ୩ଜଣ, ନୂଆପଡା ଗ୍ରାମରୁ ୩ଜଣ, କଲ୍ୟାଣୀ ଗ୍ରାମରୁ ୨ଜଣ, ଷୋହଡା ଗ୍ରାମରୁ ୨ଜଣ, ଧାମନଗର ଏନ୍ଏସି ତାଳପଦା ଗ୍ରାମରୁ ଜଣେ, ଶ୍ୟାମପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ।








