Home Coronavirus Outbreak ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପରେ ଭାରତ ବାୟୋଟେକ୍ କମ କଲା ରାଜ୍ୟଗୁଡିକ ପାଇଁ ‘କୋଭାକ୍ସିନ୍‌’ର ମୂଲ୍ୟ

ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପରେ ଭାରତ ବାୟୋଟେକ୍ କମ କଲା ରାଜ୍ୟଗୁଡିକ ପାଇଁ ‘କୋଭାକ୍ସିନ୍‌’ର ମୂଲ୍ୟ

28

ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ)ଭାରତ ବାୟୋଟେକ୍ ଏହାର କରୋନା ଟିକା ‘କୋଭାକ୍ସିନ୍’ର ମୂଲ୍ୟ ରାଜ୍ୟ ପାଇଁ ୨୦୦ ଟଙ୍କା ହ୍ରାସ କରିଛି। ଏହାପୂର୍ବରୁ ସେରମ୍ ପ୍ରତିଷ୍ଠାନ ରାଜ୍ୟଗୁଡିକ ପାଇଁ ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲା। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପୂର୍ବରୁ କୋଭିଡ -୧୯ ଟିକା ‘କୋଭାକ୍ସିନ୍’ର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଏବଂ ଘରୋଇ ଡାକ୍ତରଖାନା ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ କରିଥିଲା। ବର୍ତ୍ତମାନ କମ୍ପାନୀ ରାଜ୍ୟ ସରକାରଙ୍କ ମୂଲ୍ୟକୁ ଡୋଜ ପିଛା ୪୦୦ ଟଙ୍କାକୁ ହ୍ରାସ କରିଛି।

ଏହାପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍‌, ବୁଧବାର ରାଜ୍ୟମାନଙ୍କୁ ଦିଆଯାଇଥିବା କୋଭିସିଲ୍ଡ ଟିକା ମୂଲ୍ୟକୁ ୧୦୦ ଟଙ୍କା ହ୍ରାସ କରିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏହାର କୋଭିଡ -୧୯ ଟିକା ‘କୋଭିଶିଲ୍ଡ’ର ରାଜ୍ୟ ସରକାରଙ୍କ ପାଇଁ ଡୋଜ ପିଛା ୪୦୦ ଟଙ୍କା ସ୍ଥିର କରିଥିଲା। ବର୍ତ୍ତମାନ ଏହାକୁ ଡୋଜ ପିଛା ୩୦୦ ଟଙ୍କାକୁ ହ୍ରାସ କରାଯାଇଛି।

ସୂଚନାଯୋଗ୍ୟଯେ, କରୋନା ଟିକା ମୂଲ୍ୟ ଅଧିକ ଥିବାରୁ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ନିକଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକକୁ ସେମାନଙ୍କ କୋଭିଡ -୧୯ ଟିକା ମୂଲ୍ୟ ହ୍ରାସ କରିବାକୁ କହିଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ମେ ୧ ରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକାକରଣ କରାଯିବ। ଏଥିପାଇଁ ବୁଧବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.