ନୂଆଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଦେଶରେ ଆଜି କରୋନା ସଂକ୍ରମଣର ପୁରୁଣା ସବୁ ରେକର୍ଡ଼ ଭାଙ୍ଗିଛି। COVID-19 ର ୧, ୧୫, ୭୩୬ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ପଜିଟିଭ୍ ମାମଲା ୧, ୨୮, ୦୧, ୭୮୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୧, ୬୬, ୧୭୭ କୁ ବୃଦ୍ଧି ପାଇଛି। ଦେଶରେ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି ୮, ୪୩, ୪୭୩। ଆରୋଗ୍ୟ ଲାଭ କରିଛନ୍ତି ୧, ୧୭, ୯୨, ୧୩୫ ଜଣ। ଦେଶରେ ୮, ୭୦, ୭୭, ୪୭୪ ଲୋକଙ୍କୁ କରୋନା ଭୂତାଣୁ ଟିକା ଦିଆଯାଇଛି।








