ଭୁବନେଶ୍ୱର,୧୬।୩ (ଓଡ଼ିଆ ପୁଅ) : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ତେବେ ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ଉପନିର୍ବାଚନ। ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦। ଏପ୍ରିଲ ୩ ସୁଦ୍ଧା ଏହାକୁ ପ୍ରତ୍ୟାହାର। ମେ’ ୨ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟଯେ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଏହି ଆସନ ପାଇଁ ହେବ କଡ଼ା ଟକ୍କର। ପ୍ରତିଟି ରାଜନୈତିକ ଦଳଙ୍କ ଏବେ ନଜରରେ ଏହି ଆସନ।






