Home ଜିଲ୍ଲା ପରିକ୍ରମା କହରାପୋଖରୀ ଆଦିବାସୀ ସାହିର ୧୫ବଖରା ଘର ଜଳିଗଲା

କହରାପୋଖରୀ ଆଦିବାସୀ ସାହିର ୧୫ବଖରା ଘର ଜଳିଗଲା

13

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ କହରାପୋଖରୀ ଆଦିବାସୀ ସାହିରେ ଆଜି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ସାହିତର ସାତ ପରିବାର ମୋଟ ପନ୍ଦର ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅପରାହ୍ନ ପ୍ରାୟ ୨.୩୦ମି. ସମୟରେ ଅଗ୍ନିକାଣ୍ଡ ହୋଇଥିଲା । ରୋଷେଇ ଚୁଲିରୁ ନିଆଁ ଲାଗି ସାହିକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡରେ ରମେଶ ମୁଣ୍ଡାର ତିନି ବଖରା, ରାମ ମୁଣ୍ଡାର ତିନି ବଖରା, ଶ୍ରୀଧର ମୁଣ୍ଡାର ଦୁଇ ବଖରା, ଟିପୁ ମୁଣ୍ଡାର ଦୁଇ ବଖରା, ରାମ ମୁଣ୍ଡାର ଦୁଇ ବଖରା, ସନା ମୁଣ୍ଡାର ଦୁଇ ବଖରା, ଦାସ ମୁଣ୍ଡାର ଏକ ବଖରା ଘର ପୋଡିଯାଇଥିଲା । ଖବର ପାଇ ନିକଟରେ ଥିବା ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଥିଲେ । ମାତ୍ର ଅଗ୍ନିକାଣ୍ଡରେ ସଂପୃକ୍ତ ସାହିର ସାତ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ପଞ୍ଚାୟତ ପକ୍ଷରୁ ବିପନ୍ନଙ୍କୁ ପଲିଥିନ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ତୁରନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ବିଜୟ ଶଙ୍କର ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.