ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ ( ଜେଏସପିଏଲ) ର ସାମାଜିକ ଶାଖାଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ସିଆଲିଯୋଡ଼ା ଗ୍ରାମର ବବୁଲୁମୁଣ୍ଡା 19 ତମ ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିପୁଣିଥରେ ଓଡିଶା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି I ଏହି ପ୍ରତିଯୋଗିତା ହରିୟାଣା ର ଫତେହାବାଦ ଠାରେ 10 ରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I 48 କେଜି ବର୍ଗ ଏହି ଚିତ୍ତାକର୍ଷକ ପ୍ରତିଯୋଗିତାରେ ବବଲୁ ମଣିପୁର ପ୍ରତିଯୋଗୀ ଲାଇଶରାମ ଙ୍କୁ ପରାସ୍ତ କରି ଏହି ପଦକ ହାସଲ କରିଥିଲେ I ଫାଇନାଲ ମ୍ୟାଚ ରେ ପହଂଚିବା ପାଇଁ ସେ କର୍ଣ୍ଣାଟକ, ଝାରଖଣ୍ଡ, ଦିଲ୍ଲୀ ଏବଂ ହରିୟାଣା ର ପ୍ରତିଯୋଗୀଙ୍କୁ କଡା ମୁକାବିଲାରେ ପରାସ୍ତ କରିଥିଲେ I କୋଚ ପଙ୍କଜ ମହନ୍ତଙ୍କ ନେତୃତ୍ୱ ରେ ଏହି ପାଞ୍ଚ ଜଣିଆ ଦଳରେ ବବଲୁଙ୍କ ବ୍ୟତୀତ ରାଜେଶମୁଣ୍ଡା, କ୍ରିଷ୍ଣା ଖଣ୍ଡାୟତ, ସଞ୍ଜିବ ନାୟକ ଏବଂ ଶିବଦତ୍ତ ମହାକୁଡ଼ ଓଡିଶାରୁ ପ୍ରତିନିଦ୍ଧିତ୍ୱକରିଥିଲେ I ବବଲୁଙ୍କର ଏହି ପ୍ରଦର୍ଶନ ପାଇଁ ଜେଏସପିଏଲ ଫାଉଣ୍ଡେସନ ର ଅଧ୍ୟକ୍ଷ୍ୟା ଶାଲୁ ଜିନ୍ଦଲ ତାଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ବବୁଲୁ ମୁଣ୍ଡା 19 ତମ ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି I ଏହା ଆହୁରି ଖୁସିର ବିଷୟ ଯେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରାପ୍ରୋତ୍ସାହିତ ହୋଇ ଏହି ପ୍ରତିଭା ମାନେ ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରୁଛନ୍ତି I ଅତୀତରେ ବବଲୁ ଏବଂ ତାଙ୍କ ଭଳି ଖେଳାଳି ମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ଲାଭ କରିଛନ୍ତି I ମୁଁ ଆଶାବାଦୀ ଯେ ଭବିଷ୍ୟତରେ ଏହି ଆଦିବାସି ଅଧ୍ୟୁଷିତ ଅଂଚଳରୁ ଅନେକ ଏଭଳି ପ୍ରତିଭା ରାଜ୍ୟ ତଥା ଦେଶ ପାଇଁ ଗୌରବଆଣିବେ I “ବବଲୁଙ୍କର ପ୍ରଶିକ୍ଷକ ପଙ୍କଜ ମହନ୍ତ, ଓଡିଶା ଉଷୁ ଏସୋସିଏସନ ଏବଂ କେନ୍ଦୁଝର ଉଷୁ ଏସୋସିଏସନ ତାଙ୍କର ଏହି ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି I ପୂର୍ବରୁ 2018 ମସିହାରେ ବବୁଲୁ ବ୍ରୁନେଇ ରେ ଅନୁଷ୍ଠିତ ସପ୍ତମ ଅନ୍ତର୍ଜାତୀୟ ଉଷୁପ୍ରତିଯୋଗିତାରେ ରୌପ୍ୟ ଏବଂ 2019 ରେ ବ୍ରାଜିଲ ରେ ଅନୁଷ୍ଠିତ ଦଶମ ଏସିଆନ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ I ଏପର୍ଯ୍ୟନ୍ତ ବବୁଲୁ ସମୁଦାୟ 25 ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ22 ଟି ପଦକ ହାସଲ କରିସାରିଛନ୍ତି I ଯୁବଗୋଷ୍ଠୀ ଏବଂ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ଏହି ଅଂଚଳରେ ଗ୍ରାମ୍ୟ କ୍ରୀଡା ପ୍ରତିଭା ମାନଙ୍କୁ ସୁପୋଷଣ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ତଥା ଖେଳ ସମ୍ବନ୍ଧୀୟ ସମସ୍ତ ପ୍ରକାର ସାହାଯ୍ୟ କରିଆସୁଛି I
—