Home କୋରାପୁଟ ଭାରତମାଳା ଜମି ସୁରକ୍ଷା ମଂଚର ସାମ୍ବାଦିକ ସମ୍ମିଳନୀ

ଭାରତମାଳା ଜମି ସୁରକ୍ଷା ମଂଚର ସାମ୍ବାଦିକ ସମ୍ମିଳନୀ

122

କୋରାପୁଟ ; ତା୧୨-୦୩(ଓଡିଆ ପୁଅ /ରଂଜନ ଦାସ)ଭାରତମାଳା ଏକ୍ସପ୍ରେସ ହାଇେଓ  ପ୍ରକଳ୍ପଟି ଜିଲ୍ଲାର ବୋରିଗୁମ୍ମା , କୋରାପୁଟ ,ଦଶମନ୍ତପୁର ,ସେମିଲିଗୁଡା ଓ ପଟ୍ଟାଙ୍ଗୀ ବ୍ଲକ ଦେଇ ଯିବାକୁ ରହିଥିବା ବେଳେ ଏକର ପିଛା ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ଭାରତମାଳା ଜମି ସୁରକ୍ଷା ମଂଚର କର୍ମକର୍ତା ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନ ଓ  ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ)କୁ ପ୍ରଦାନ କରାଯାଇଥିଲେ ସୁଦ୍ଧା ଏ ପର‌୍ୟ୍ୟନ୍ତ ଦାବି ପୂରଣ କଲେ ନାହିିଁ କିମ୍ବା ଆଲୋଚନାକୁ ଡାକି ନ ଥିବା ମଂଚ କର୍ମକର୍ତା ଆଜି କୋରାପୁଟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ପ୍ରକଳ୍ପକୁ  ବିରୋଧ କରୁନାହୁଁ ଆଜି ବି ଆମ୍ଭେମାନେ ସ୍ୱାଗତ କରୁଛୁ ବୋଲି ମଂଚର ଶରତ ଚନ୍ଦ୍ର ବୁରୁଦା ପ୍ରକାଶ କରିଛନ୍ତି ।ଜମିର ବେଂଚ ମାର୍କ ମୁଲ୍ୟାୟନ ବହୁତ କମ ରହିଥିବାରୁ ଏହାକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ଓ ଏକରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ଦାବି କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଅନେକ ମାସ ବିତିଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ଏନଏଚଏଆଇ ଆଲୋଚନା କରିବାକୁ ଡାକିଲେ ନାହିଁ ।ତେଣୁ ୧୫ ଦିନ ସମୟ ଦିଆଯାଉଛି ଓ ଏହି ସମୟ ମଧ୍ୟରେ ଯଦି ଆଲୋଚନା କିମ୍ବା ଦାବି ପୂରଣ ନ ହୁଏ ତେବେ ଆମ୍ଭେମାନେ  ସଂପୂର୍ଣ୍ଣ ଅସହଯୋଗ କରିବା ସହ ଆନ୍ଦୋଳନ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବାବୁଲା ବେନିଆ ,ଶ୍ରୀନିବାସ ସାହୁ ,ବିକ୍ରମ ଜେଟୀ , ଭଗବାନ ବୁରୁଡି , ପ୍ରେମ କନ୍ଧପାଣ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।ସୂଚନା ଯୋଗ୍ୟ ଯେ ଏହି ପ୍ରକଳ୍ପ ନିମନ୍ତେ ସରକାରୀ ଓ ନିଜସ୍ୱ ଜମି ୯୦୪.୩୨ ହେକ୍ଟର ଓ ଜଙ୍ଗଳ ଜମି ୩୫୦.୨୯୬ ହେକ୍ଟର ସମୁଦାୟ ୧୨୫୪.୬୧୬ ହେକ୍ଟର ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.