Home କୋରାପୁଟ ଟ୍ୟାଙ୍କର ଓ ଟ୍ରକରୁ ୨୪୨୭ କେଜି ଗଞ୍ଜେଇ  ଜବତ ଏବଂ ୮ ଗିରଫ

ଟ୍ୟାଙ୍କର ଓ ଟ୍ରକରୁ ୨୪୨୭ କେଜି ଗଞ୍ଜେଇ  ଜବତ ଏବଂ ୮ ଗିରଫ

46

କୋରାପୁଟ ୧୨-୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଟାଉନ ଥାନା  ଓ ସେମିଲିଗୁଡା ପୋଲିସ ଦ୍ୱାରା  ୨୪୨୭ କେଜି ୨୦୦ ଗ୍ରାମ ଗଞ୍ଜେଇ  ଜବତ ହୋଇଥିବାବେଳେ ଚୋରା ଗଞ୍ଜେଇ  ଚାଲାଣରେ ସମ୍ପୃକ୍ତ  ୮ଜଣକୁ  ପୋଲିସ ଗିରଫ କରିଛି ।  କୋରାପୁଟ ଟାଉନଥାନା  ଭାରପ୍ରାପ୍ତ ନିରୀକ୍ଷକ ଧୀରେନ ପଟ୍ଟନାୟକ ଏକ ସାମ୍ବାଦିକ ସମିଳନୀରେ ସୂଚନାଦେଇ କହିଛନ୍ତି ଯେ ଗୁରୁବାର ରାତିରେ ଟାଉନ ଥାନାର ସବ-ଇନସପେକ୍ଟର ଚିତ ରଂଜନ ପ୍ରଧାନୀ ଅନ୍ୟାନ୍ୟ କର୍ମଚାରୀମାନେ ୨୬ ନଂ ଜାତୀୟ ରାଜପଥର ଲାଣ୍ଡିଗୁଡା ନିକଟରେ ଯାନ ବାହାନ ଯାଂଚ କରୁଥିଲେ । ସନ୍ଦେହରେ  ଅଦା ବୋଝେଇ ହୋଇଥିବା ଏକ ଟ୍ରକ(ବିଆର-୪୪ ଜିଏ ୦୩୭୪)କୁ  ଅଟକାଇ ଯାଂଚ କରିବା ବେଳେ ସେଥିରୁ ୩୫ କିଲୋ ଓଜନର ୧୨୬ଟି ଅଦା  ବସ୍ତା ସହ ୫୦ଟି ଜରି ଅଖାରେ  ପେକିଂ ହୋଇଥିବା ୧୭୫୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ   ମିଳିଥିଲା । ପୋଲିସ ତୂରନ୍ତ ଉକ୍ତ ଟ୍ରକ ସହ  ପାଇଲଟିଂ କରୁଥିବା ଏକ ମୋଟର ସାଇକେଲ(ଓଡି-୧୦ପି ୬୫୫୨) ଓ  ଏସକର୍ଟ କରୁଥିବା ଏକ ବଲେରୋ ଜିପ(ଓଡି-୧୦ଆର ୧୩୩୭) ଏବଂ ମାରୁତି ଅଲଟୋ କାର( ଓଡି-୦୨ପି ୧୦୪୪)କୁ ଜବତ କରି ଥାନାକୁ ଆଣିଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଘଟଣାରେ ପୋଲିସ ବିହାର ବକ୍ସର ଜିଲାର ଟ୍ରକଡ୍ରାଇଭର ସତ୍ୟ ନାରାୟଣ ଯାଦବ,କ୍ଲିନର ସଂଜୀବ କୁମାର ଠାକୁର ସମେତ ପଟ୍ଟାଙ୍ଗୀ ଥାନା ପାଣ୍ଡେଇ ଗ୍ରାମର ମାନିକ ଆଡକାଟିଆ(୨୮),ରାଜେଶ ଆଡକାଟିଆ(୨୮),ଗୋରା ଦୁଶୁରା ବାରିକ(୩୩),କରଂଜଗୁଡାର ବାବୁ ରାଓ ଖୀଲ(୩୭),ସେମିଲିଗୁଡା ନେହେରୁ ନଗରର ଆଦିତ୍ୟ ସାହୁ୨୨) ଏବଂ ସୁନାବେଡା ଚର୍ଚ୍ଚ କଲୋନୀର ନିକୋଦିନି ତୁରୁକ(୨୯)କୁ ଗିରଫ କରିଛି । ସବ-ଇନସପେକ୍ଟର ଯୋଶବନ୍ତ ସେଲମା  ମାମଲାର ତଦନ୍ତ କରୁଥିବାବେଳେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି  । ସବ-ଇନସପେକ୍ଟର ସୂଦର୍ଶନ ଅଧିକାରୀ ,ଚିତ ରଞନ ପ୍ରଧାନୀ ଓ ଯୋଶମନ୍ତ ସେଲମା ଉପସ୍ଥିତ ଥିଲେ । ସେହିପରି ସେମିଲିଗୁଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ୨୬ ନଂ ଜାତୀୟ ରାଜପଥର  ମାଳିକୁତୁଗାଁ ନିକଟରେ ଯାନବାହାନ ଯାଂଚ କରୁଥିବାବେଳେ ଡବଲ୍ୟୁବି -୩୩ ବି ୫୦୩୩ ନମ୍ବର ପ୍ଲେଟ ଥିବା ଏକ ପିଚୁ ଟ୍ୟାଙ୍କରକୁ ଚେକିଂ କରି ସେଥିରୁ  ୬୭୫ କିଲୋଗ୍ରାମ  ଗଞ୍ଜେଇ  ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।  ସେମିଲିଗୁଡା ତହସିଲଦାର ଶରତ ମାଝିଙ୍କ ଉପସ୍ଥିତିରେ  ଗଞ୍ଜେଇ   ଓଜନ କରା ଯାଇଥିବାବେଳେ ପୋଲିସର ସ୍ୱତନ୍ତ୍ର ଟିମରେ ସବ-ଇନସପେକ୍ଟର ଅନୀତା ନାୟକ,ହାବିଲଦାର ଏମ .କେ.ବାଘ,କନେଷ୍ଟବଲ ଏନ.ମୁଦୁଲି.ଏମ.ଏସ.ମୁଦୁଲି,ଓଏପିଏଫ ବି.ମୁଦୁଲି ଓ ଜେ.କୁଲେଶିକା ପ୍ରମୁଖ ସାମିଲ ହୋଇଥିଲେ ।  ପୋଲିସ ଜବତ କରିଥିବା ଗଞ୍ଜେଇ   ପଟ୍ଟାଙ୍ଗୀ ଅଂଚଳରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.