Home କେନ୍ଦୁଝର ମରୈଗାଁ ପଞ୍ଚାୟତ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନାହିଁ

ମରୈଗାଁ ପଞ୍ଚାୟତ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନାହିଁ

40

ହାଟଡ଼ିହି,୧ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ମରୈଗାଁ ପଞ୍ଚାୟତରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିର ତଦନ୍ତ ସରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ଏହି ପଞ୍ଚାୟତକୁ ଆସିଥିବା ବିଭିନ୍ନ ଅନୁଦାନକୁ କାମ ନକରି ଅଗ୍ରୀମ ଆକରରେ ଉଠାଇ ନିଆଯାଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଫଳରେ ଗତ ୨୦୧୭/୧୮ରୁ ୨୦୧୯/୨୦ ବର୍ଷର ସରକାରୀ ଅନୁଦାନ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ପାଇଁ ହାଟଡିହି ବିଡିଓ ଚିଠିନଂ ୨୧୯୪/ ୧୫/୭/୨୦୨୦ରେ ଜିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିପିଓ ଓ ସହକାରୀଯନ୍ତ୍ରୀଙ୍କ ଦ୍ୱାରା ୩୧/୭/୨୦୨୦ରେ ତଦନ୍ତ ହୋଇଥିଲା । ୬/୯/୨୦୧୭ରୁ ୩୧/୧୧/୨୦୧୮ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ନୁତନ ନଳକୂପ, ପ୍ଲାଟଫର୍ମ ନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା ଆଦି ପାଇଁ ପଞ୍ଚାୟତ କର୍ତ୍ତୁପକ୍ଷ ୭ଲକ୍ଷ ୯୧ହଜାର ଟଙ୍କା ଅଗ୍ରୀମ ଉଠାଇ ନେଇଥିଲେ । ସେଥି ମଧ୍ୟରୁ ୨ଲକ୍ଷ୨୧ ହଜାର ୯୫୮ଟଙ୍କା ୯ଟି ନଳକୂପ ନିର୍ମାଣ ପାଇଁ ଖର୍ଚ୍ଚ କରିଥିବାବେଳେ ଅବଶିଷ୍ଟ ୫ଲକ୍ଷ ୬୯ହଜାର ୪୨ଟଙ୍କା ଖର୍ଚ୍ଚର କୌଣସି ହିସାବ ମିଳିନଥିଲା । ସେହିପରି ୩୦/୯/୨୦୧୭ରୁ ୩୦/୧୨/୨୦୧୯ ମଧ୍ୟରେ ଏସଏଫସି ଫଣ୍ଡରୁ ପଞ୍ଚାୟତ ଗୃହ ମରାମତି, ନଳକୂପ ପ୍ଲାଟଫର୍ମ ଓ ହରିଶ୍ଚନ୍ଦ୍ର ସହାୟତା ପାଇଁ ୧ଲକ୍ଷ ୮୫ହଜାର ୭୯୭ଟଙ୍କା ଅଗ୍ରୀମ ଉଠାଣ ହୋଇଥିଲା । ଯାହାର ଖର୍ଚ୍ଚର ହିସାବ ମିଳିନଥିଲା । ମୋଟ ୭ଲକ୍ଷ ୪୪ହଜାର ୮୩୯ଟଙ୍କା ସରପଞ୍ଚ ଏବଂ ୨୭୭୩୦ଟଙ୍କା ପିଇଓ ଉଭୟ ଜାଣିଶୁଣି ଅଗ୍ରୀମ ଉଠାଇ ନେଇ ଆତ୍ମସାତ କରିଛନ୍ତି । ତଦନ୍ତ ରିପୋର୍ଟରେ ଏସବୁ ଉଲେଖ ଥିବାବେଳେ ଗତ ୫/୮/୨୦୨୦ରେ ତଦନ୍ତ ରିପୋର୍ଟ ବିଡିଓଙ୍କୁ ପ୍ରଦାନ କରିଥିଲେ । ଦୁଇମାସ ପରେ ବିଡିଓଙ୍କ ଚିଠିନଂ ୨୮୫୨/ ତା ୬/୧୦/୨୦୨୦ରେ ଡିପିଓ, ଜିଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଇଥିଲେ । ରିପୋର୍ଟକୁ ୫ମାସ ବିତିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ ସରପଞ୍ଚ ଓ ପିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସରକାରୀ ଅବହେଳାକୁ ପ୍ରମାଣ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.