Home ଜିଲ୍ଲା ପରିକ୍ରମା ଭଦ୍ରକର କିଷାନ ମଜଦୁର ଦିବସ ଉପଲକ୍ଷେ ପ୍ରତିବାଦ ସଭା

ଭଦ୍ରକର କିଷାନ ମଜଦୁର ଦିବସ ଉପଲକ୍ଷେ ପ୍ରତିବାଦ ସଭା

53

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ସିଟୁ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ସହୀଦ ଦିବସ ଅବସରରେ ମଜଦୁର କିଷାନ ଏକତା ଦିବସ ପାଳନ କରାଯାଇଛି । ଏଥି ଉପଲକ୍ଷେ ଅନୁଷ୍ଠିତ ପ୍ରତିବାଦ ସଭାରେ ଚନ୍ଦ୍ରଶେଖର ନାୟକ ଅଧ୍ୟକ୍ଷତା କରିଥିଲେ । ସିଟୁ ଜିଲା ସଭାପତି ତଥା ଅଧିବକ୍ତା ଦିବ୍ୟସିଂହ ନାୟକ, ପ୍ରଭାସ ମହାପାତ୍ର, ରାଧା ଦାସ, ଗିରିଧାରୀ ନାଥ, ପ୍ରହ୍ଲାଦ ପତି, କାଳନ୍ଦୀ ପାତ୍ର, ବିନୋଦ ସାହୁ, ନବ ବେହେରା, ପ୍ରତାପ ସେଠୀ, ସେକ୍ କମର, ସେକ୍ ସତାରୁଦ୍ଦିନ୍‌, ମହେଶ୍ୱର ନାୟକ, ରବି ଜେନା ଓ ସେକ୍ ହାଲଦାର, ବାବି ମିଶ୍ର ଓ ମିର୍ ଜବାର ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ଦେଶକୁ ଓ ଦେଶବାସୀଙ୍କୁ କର୍ପୋରେଟ୍ କଂପାନୀଙ୍କୁ ବିକ୍ରି କରିବା ପାଇଁ ଆଇନ୍ କରୁଥିବାରୁ ଦେଶ ତମାମ କିଷାନ ଓ ମଜଦୁରମାନେ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଥିଲେ । ଦେଶକୁ ବିଟ୍ରିଶ କବଳରୁ ଲଢେଇ କରି ମୁକ୍ତ କରିବାରେ ମହାତ୍ମାଗାନ୍ଧି ସୁବାଷ ବୋଷ, ଭଗତସିଂ ଚନ୍ଦ୍ରଶେଖର ଆଜାଦ, ବାଜି ରାଉତ, ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ, ରଘୁ ଦିବାକର ସହୀଦ ହୋଇଥିବାବେଳେ ସେମାନଙ୍କର ସେହି ସ୍ୱାଧୀନ ଭାରତକୁ ଆଜି ମୋଦି ସରକାର ପୁଣି ଥରେ ବିଦେଶୀ କଂପାନୀ ହାତକୁ ଟେକି ଦେଇଥିବାରୁ ତାର ପ୍ରତିବାଦ କରିବାକୁ ସମସ୍ତେ ଆଗେଇ ଆସିବାକୁ କହିଥିଷଲ । ବିଶେଷକରି କେନ୍ଦ୍ର ସରକାର ଯେଭଳି ଭାବେ ଦରଦାମ ବୃଦ୍ଧି କରିଚାଲିଛନ୍ତି, ରାଷ୍ଟ୍ରାୟତ ଶିଳ୍ପ କଳକାରଖାନାକୁ ଆଦାନୀ, ଆମ୍ବାନୀ ଭଳି କର୍ପୋରେଟ୍‌କୁ ବିକ୍ରି କରିବାରେ ଲାଗିଛନ୍ତି, ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ଦେଶ ତମାମ ଜିଏଟ୍‌ଟି ଲାଗୁ କରି କର ଟିକସ ଆଦାୟ କରୁଥିବା କେନ୍ଦ୍ର ସରକାର ଦେଶବାସୀଙ୍କୁ ଶୋଷଣ କରି ରାଜ୍ୟଗୁଡିକୁ ସେମାନଙ୍କର ଭାଗ ଦେଉନାହାଁନ୍ତି । ଶ୍ରମ ଆଇନ୍‌କୁ ସଂଶୋଧନ କରି ୪ଟି କୋଡ୍‌ରେ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି । ଦେଶରେ ବେକାର ଯୁବକ/ଯୁବତୀମାନେ କାମ ନପାଇ ଏବେ ଅନ୍ୟ ରାଜ୍ୟରେ ଗୋତି ଖଟିଲେଣି । ଦେଶର ୧୩୫ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଏବେ ଆତ୍ମହତ୍ୟାକୁ ବାଛିନେଲେଣି । ପେଟ୍ରୋଲ, ଡିଜେଲ ଦର ଏବେ ଆକାଶଛୁଆଁ ହୋଇଛି । ଏଣୁ ଏଭଳି ଏକ ସରକାର ବିରୁଦ୍ଧରେ ସମସ୍ତେ ଆଜିର ସହୀଦ ଓ କିଷାନ ମଜଦୁର ଦିବସରେ ସ୍ୱର ଉତ୍ତୋଳନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.