ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରୋଷେଇ କରୁଥିବା ସମୟରେ ଜଣେ ମହିଳାହ ପୋଡିହୋଇ ଗୁରୁତର ହୋଇଥିବାବେଳେ ତାଙ୍କୁ ବଂଚାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି । ଉଭୟ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧାମନଗର ବ୍ଲକ୍ ଧୁଷୁରୀ ଥାନା ଅଧୀନସ୍ଥ ବୟାଙ୍ଗଡିହି ପଂଚାୟତ ନୂଆଗାଁ ନିବାସୀ ପ୍ରମିଳା ଦାସ (୪୬) ଗ୍ୟାସ୍ ଯୋଗେ ନିଜ ଘରେ ରୋଷେଇ କରୁଥିଲେ । ଅପରାହ୍ନ ପ୍ରାୟ ୧ଟା ସମୟରେ ଅସାବଧାନତା ଯୋଗୁଁ ସେ ପିନ୍ଧିଥିବା ପଲିଷ୍ଟର ଶାଢୀରେ ଗ୍ୟାସ୍ରୁ ନିଆଁ ଲାଗିଯାଇଥିଲା । ଏହାଦେଖି ପାଖରେ ଥିବା ତାଙ୍କ ସ୍ୱାମୀ ମନୀନ୍ଦ ଦାସ (୪୮) ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସହ ମଧ୍ୟ ପୋଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ପରିବାର ଲୋକେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ ।