Home ଜିଲ୍ଲା ପରିକ୍ରମା ୧୧ଦଫା ଦାବି ନେଇ ଅଙ୍ଗନୱାଡି କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

୧୧ଦଫା ଦାବି ନେଇ ଅଙ୍ଗନୱାଡି କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

47

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଙ୍ଗନୱାଡି କର୍ମଚାରୀଙ୍କ ମୌଳିକ ସୁବିଧା ଓ ଅଧିକାର ସମ୍ବଳିତ ୧୧ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଙ୍ଗନୱାଡି କର୍ମଚାରୀମାନେ ବାଲଗୋପାଲ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ଅଙ୍ଗନୱାଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା, ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ରୂପେ ଘୋଷଣା କରା ନଯାଇଛି ସେତେ ଦିନ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ମାସିକ ଦରମା ପ୍ରଦାନ କରିବା, ରାଷ୍ଟ୍ରୀୟ ଶିକ୍ଷାନୀତି -୨୦୨୦ ଅନୁଯାୟୀ ଦେଶରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା ସହିତ ସମସ୍ତ କର୍ମୀଙ୍କୁ ପ୍ରାଇମେରୀ ଟିଚର ଓ ସହାୟିକାଙ୍କୁ ଆସିଷ୍ଟାଣ୍ଟ ପ୍ରାଇମେରୀ ଟିଚର ଭାବେ ମାନ୍ୟତା ପ୍ରଦାନ, ଅଙ୍ଗନୱାଡିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଇପିଏଫ୍‌, ଇଏସ୍‌ଆଇ, ଗ୍ରାଚ୍ୟୁଇଟି ଏବଂ ପେନ୍‌ସନ ଲାଗୁ କରିବା, ୨୦୧୪ରୁ ସରକାର ଘୋଷଣା କରିଥିବା ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ନିମନ୍ତେ ଘରଭଡା ବାବଦକୁ ମାସିକ ୩ହଜାର ଟଙ୍କା ପ୍ରଦାନକୁ ତୁରନ୍ତ ଲାଗୁ କରିବା, ୧୨ ଜାନୁଆରୀ ୨୦୧୯ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବର୍ଦ୍ଧିତ ଦରମା ୧୫ଶହ ଟଙ୍କା ଲାଗୁ କରାଯିବା ପ୍ରଭୃତି ଦାବି ପ୍ରମୁଖ ରହିଛି । ଏହି ଦାବିପତ୍ର ପ୍ରଦାନରେ ଆସୋସିଏସର ରାଜ୍ୟ ସମ୍ପାଦିକା ସୁମିତା ମହାପାତ୍ର, ଭଦ୍ରକ ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବିଶ୍ୱାଳ, ସମ୍ପାଦିକା ଜୟନ୍ତି ଲେଙ୍କା ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.