Home ଜିଲ୍ଲା ପରିକ୍ରମା ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ବିମାନଚନ୍ଦ୍ର ରାୟଙ୍କ ୩ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମତିସଭା

ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ବିମାନଚନ୍ଦ୍ର ରାୟଙ୍କ ୩ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମତିସଭା

30

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ବିମାନଚନ୍ଦ୍ର ରାୟଙ୍କ ୩ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତିସଭା ନରିପୁରସ୍ଥିତ କାନନ ଭବନ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ବରିଷ୍ଠ ଅଧିବକ୍ତା ହେମନ୍ତ କୁମାର ନାୟକ ଓରଫ ଚାଣକ୍ୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସ୍ୱର୍ଗତ ରାୟଙ୍କ ଆଇନ୍‌ଜୀବୀ ହିସାବରେ ଅର୍ଜନ କରିଥିବା ସୁନାମ ଅପେକ୍ଷା ତତୋଧିକ ସୁନାମ ଥିଲା ଜଣେ ଦୃଢ ସଂଗଠକ, ସୁସାହିତ୍ୟିକ ଓ ସମାଜସେବୀ ଭାବରେ । ଭଦ୍ରକର ବିକାଶ ନିମନ୍ତେ ତାଙ୍କର ସ୍ୱପ୍ନଥିଲା ଦିଗନ୍ତ ବିିସ୍ତାରି । ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ସେ ତାଙ୍କ ସଂଗଠନ ଭଦ୍ରକ ବିକାଶ ସମିତି ମାଧ୍ୟମରେ ସର୍ବପ୍ରଥମେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିରଖିଥିବା ବେଳେ ୨୦୧୮ମସିହାରେ ତାଙ୍କର ଦେହାନ୍ତ ଯୋଗୁଁ ସେ ସ୍ୱପ୍ନ ଅପୂରଣୀୟ ହୋଇ ରହିଗଲା ବୋଲି ଆୟୋଜିତ ସ୍ମୃତିସଭାରେ ବିଶିଷ୍ଟ ଅଧିବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେହିପରି ସ୍ୱର୍ଗତ ରାୟଙ୍କ ଓକିଲାତି ଜୀବନ, ରାଜନୈତିକ ଜୀବନ, ସାମାଜିକ ଜୀବନ ତଥା ବ୍ୟକ୍ତିଗତ ଜୀବନ ସଂଘର୍ଷପୂର୍ଣ୍ଣ ଥିଲାବୋଲି ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ମତବ୍ୟକ୍ତ କରିବା ସହିତ ସ୍ୱର୍ଗତ ରାୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଆଇନ୍‌ଜୀବୀ ଗିରିଧାରି ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇନ୍‌ଜୀବୀ ନାରାୟଣ ଚନ୍ଦ୍ର ମହାପାତ୍ର, ଅରୁଣ ଚାନ୍ଦ, ଯତିକାନ୍ତ ନାୟକ, ଯାମିନୀ କାନ୍ତ ନାୟକ, ଦିଲ୍ଲୀପ ମହାପାତ୍ର, ମନୋରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ପଣ୍ଡା, ସୁରେନ୍ଦ୍ର କର, ଅଗଣି ଚରଣ ଜେନା, କୁଳମଣୀ ବେହେରା, ଜିତେନ୍ଦ୍ର ପଣ୍ଡା, ସୁବୋଧ ସାହୁ, ପବନ ଶର୍ମା, ବିଷ୍ଣୁ ମହାପାତ୍ର, ଅମିତାବାଳା ଆଚାର୍ଯ୍ୟ, ସନ୍ତୋଷ କୁମାର ପାତ୍ର, ରାଜାରାମ ନାୟକ, ଲକ୍ଷ୍ମିଧର ପଣ୍ଡା, ଉମାକାନ୍ତ ବାରିକ୍‌, ତୁଷାର ଦାସ, କାହ୍ନୁ ବାରିକ୍ ଓ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଜଗତମୋହନ ସିଂ ସମେତ ବରିଷ୍ଠ ଓ କନିଷ୍ଠ ଅଧିବକ୍ତାଙ୍କ ସହିତ ଡାକ୍ତର ରମେଶ ଚନ୍ଦ୍ର ସାହୁ ସ୍ୱର୍ଗତ ରାୟଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସ୍ୱର୍ଗତ ରାୟଙ୍କର ଏକମାତ୍ର ପୁତ୍ର ଆଇନ୍‌ଜୀବୀ ବିଜ୍ଞାନ ଚନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତାଙ୍କର ଜ୍ୟୋଷ୍ଠ କନ୍ୟା ଭୁବନେଶ୍ୱରରେ କାର୍ଯ୍ୟରତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ୍ ରିଜା ରାୟ, ଜାମାତା ଉପେନ୍ଦ୍ର ମହାନ୍ତି, ଦ୍ୱିତୀୟ କନ୍ୟା ରେନି ରାୟ, ଜାମାତା ପ୍ରୀତି ରଞ୍ଜନ ଦାସ, ତୃତୀୟ କନ୍ୟା ରିନା ରାୟ, ଜାମାତା ରବି ନାରାୟଣ ସାହୁ, ଚତୁର୍ଥ କନ୍ୟା ରେଷ୍ମା ରାୟ, ଜାମାତା ଦୁଷ୍ମନ୍ତ ଓ ପୁତ୍ର ବଧୁ ତପସିନୀ ରାୟ ଏବଂ ନାତି ରିତ୍ , ଡ଼ିୟୁ, ପିୟୁଲ୍‌, ଅଂଶ, ନିନି ଓ ବିହାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.