ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଇପିଏଫ୍ ନିୟମ ଅବମାନନା କରି ସୁରଜମଲ୍ଲ ସାହା ମହାବିଦ୍ୟାଳୟ କର୍ତ୍ତୁପକ୍ଷ କର୍ମଚାରୀମାନଙ୍କ ଭବିଷ୍ୟନିଧି ଅର୍ଥ ଜମା କରୁନଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଭବିଷ୍ୟନିଧି ବାବଦ ଅର୍ଥ ରାଶି ଜମା କରାଯାଉନଥିବା ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଇପିଏଫ୍ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଇପିଏଫ୍ କର୍ତ୍ତୁପକ୍ଷ ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଭବିଷ୍ୟନିଧି ବାବଦ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ କାର୍ଯ୍ୟକାରୀ କରୁନଥିବାରୁ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆର୍ଥିକ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହେଉଥିବା ମହାବିଦ୍ୟାଳୟର କର୍ମଚାରୀମାନେ ଖାଉଟି ସୁରକ୍ଷା ଫୋରମରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।