Home ଜିଲ୍ଲା ପରିକ୍ରମା ଭଦ୍ରକ:ଠିକା କର୍ମଚାରୀଙ୍କ ଦାବିକୁ ଅଣଦେଖା , ଏନଏଚଏମ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀଙ୍କ କାମ ବନ୍ଦ

ଭଦ୍ରକ:ଠିକା କର୍ମଚାରୀଙ୍କ ଦାବିକୁ ଅଣଦେଖା , ଏନଏଚଏମ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀଙ୍କ କାମ ବନ୍ଦ

27

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଦାବି ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ସଂଘ, ଭଦ୍ରକ ପକ୍ଷରୁ ଆଜି ଜି୍‌ଲାପାଳଙ୍କୁ ଦାବ ପତ୍ର ପ୍ରଦାନ କରାଯାଇଛି । ଏନଏଚଏମ ପରିଚାଳନା କର୍ମଚାରୀ ସଂଘ ର ଦାବି ପୂରଣ ହେଉ ନଥିବାରୁ ଆଜିଠାରୁ ସମସ୍ତ ଏନଏଚଏମ କର୍ମଚାରୀ ଅଫିସ୍ ଆସି କଳବ୍ୟାଚ ପରିଧାନ କରି କଲମ ଛାଡ ଅନ୍ଦୋଳନ କରିଛନ୍ତି । ସଂଘ ପକ୍ଷରୁ ନନ୍ ମେଡିକୋ ପବ୍ଲିକ ହେଲଥ ମ୍ୟାନେଜମେଂଟ କ୍ୟାଡର ସୃଷ୍ଟି କରି ସେହି ପଦବୀରେ ସ୍ଥାୟୀ ନିଯୁକ୍ତି କରିବା, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଦରମାରେ ଥିବା ଅସଂଗତି ଦୂର କରି ସପ୍ତମ ବେତନ ଆଧାରରେ ଦରମା ଓ ଭତା ପ୍ରଦାନ କରିବା, ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ସ୍ୱରୁପ କର୍ମଚାରୀ ଭବିଷ୍ୟନିଧି ବ୍ୟବସ୍ଥା ଲାଗୁ କରିବା, ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରାଯିବା ଏବଂ କୋଭିଡ୍ କର୍ଯ୍ୟକୁ ତ୍ୱରାନିତ କରୁଥିବାରୁ ପ୍ରେତ୍ସାହନ ଆକରରେ ଅଧିକ ଏକମାସର ଦରମା ପ୍ରଦାନ ଆଦି ଦାବି ରଖା ଯାଇଥିଲା । ଏହି ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନଥିବାରୁ ଆଜିଠାରୁ ସମସ୍ତ କର୍ମଚାରୀ କୋଭିଡ ଟୀକାକରଣ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଜିଲାପାଳଙ୍କୁ ଅବଗତ କରାଇଥିଲେ । ଏଥି ସହିତ ଆଗାମୀ ଦିନରେ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟଭିତିକ କାର୍ଯ୍ୟରେ ଅସହଯୋଗ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏ ନେଇ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ, ଭଦ୍ରକର ସଭାପତି ଜିତେନ୍ଦ୍ର ନାରାୟଣ ବିଶ୍ୱାଳ, ଓ ସମସ୍ତ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଲିଖିତଭାବେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.