Home ଜିଲ୍ଲା ପରିକ୍ରମା କଢାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପହଁଚିଲା କରୋନା ନିରାକରଣ ଟିକା,ପ୍ରଥମ ପର୍ଯ୍ୟାୟରେ ୧୬୮୦ ଜଣଙ୍କୁ ଟିକାକରଣ...

କଢାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପହଁଚିଲା କରୋନା ନିରାକରଣ ଟିକା,ପ୍ରଥମ ପର୍ଯ୍ୟାୟରେ ୧୬୮୦ ଜଣଙ୍କୁ ଟିକାକରଣ କରାଯିବ

18

ମାଲକାନଗିରି,୧୪ ।୧(ଓଡିଆ ପୁଅ) କଢାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଆଜି ଭୋରୁ ପହଁଚିଛି କରୋନା ନିରାକରଣ ଟିକା,ସୁଦୂର ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ଏକ ଭେକ୍ସିନ ଭ୍ୟାନରେ ପୁଲିସର କଢାସୁର କ୍ଷା ମଧ୍ୟରେ ମାଲକାନଗିରି ଠାରେ ପହଁଚିଲା ପରେ ଏହି ଟିକା ଭେକ୍ସିନକୁ ଜିଲ୍ଲାଔଷଧ ଭଣ୍ଡାର ମଧ୍ୟରେ ରଖା ଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାକୁ ୩୬୦୦ ଟି କୋଭିଡ ଭେକ୍‌ସିନ ଫାଇଲ ଆସିଛି,ଏହି ଟିକା ନେବାପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୫୨୯୦ଜଣଙ୍କ ନାମପଜିଂକୃତ କରାଯାଇଛି । ଆସନ୍ତା ୧୬ତାରିଖରେ ମାଲକାନଗିରି ଜିଲ୍ଲାହସପିଟାଲ,କୋରକୁଣ୍ଡା,ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ତିନୋଟି ସ୍ଥାନରେ ପ୍ରଥମ ଦିବସରେ ୧୬୯୦ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କୁ ଟିକାକରଣ କରାଯିବ,ପ୍ରତି କେନ୍ଦ୍ରରେ ୫ଜଣ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଉପସ୍ଥିତ ରହି ଟିକାପ୍ରଦାନ କରିବେ ଓ ପ୍ରତି କେନ୍ଦ୍ରକୁ ୫ଜଣ ରାପିଡ ଆକ୍ସନ ଟିମ ଗସ୍ତକରି ଟିକାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପି.କେ. ନନ୍ଦ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.