Home ଜିଲ୍ଲା ପରିକ୍ରମା ଲିଭିର କ୍ୟାନ୍ସର ପଡିତା ୪ବର୍ଷର ଝିଅର ଚିକିତ୍ସାରେ ଆର୍ଥସାଜିଛି ବାଧକ,୫୦ହଜାର ଟଙ୍କା ସହାୟତା ଯୋଗାଇଲେ ସମାଜସେବୀ...

ଲିଭିର କ୍ୟାନ୍ସର ପଡିତା ୪ବର୍ଷର ଝିଅର ଚିକିତ୍ସାରେ ଆର୍ଥସାଜିଛି ବାଧକ,୫୦ହଜାର ଟଙ୍କା ସହାୟତା ଯୋଗାଇଲେ ସମାଜସେବୀ ବିନୋଦ

29

ମାଲକାନଗିରି,୧୧ା୧(ଓଡିଆ ପୁଅ) ଯେଉଁବୟସରେ ହସିଖେଳିବା କଥା ସେହିବୟସରେ ମାଡିବସିଛି ଭୟାବହ କ୍ୟାନ୍ସର ରୋଗ ତାହା ପୁଣି ମାତ୍ର ୪ବର୍ଷର ଝିଅକୁ ।ଗରିବ ବାପା ମା ଅର୍ଥଅଭାବରୁ ଝିଅର ଠିକ ଭାବେ ଚିକିତ୍ସା କରି ନପାରି ଦୁଃଖରେ କର୍ମକୁଆଦରି ସରକାରଙ୍କ ସହାୟତାକୁ ଚାହିଁ ରହିଥିବା ବେଳେ ଏହି ଖବର ପାଇ ମାଲକାନଗିରି ଜିଲ୍ଲା ମାହେଶ୍ୱରୀ ଯୁବସଙ୍ଗଠନର ସଭାପତି ସମାଜସେବୀ ବିନୋଦ ତାଓ୍ୟାରୀ କ୍ୟାନ୍ସର ପିଡିତା ଝିଅର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଯୋଗାଇଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଜୟପୁରିଆଗୁଡା ସାହିରେ ରହୁଥିବା ବିକାଶ ଦଣ୍ଡସେନା ନାମକ ବ୍ୟକ୍ତିଙ୍କର ଏକ ମାତ୍ର ଗେଲାବସରର ୪ବର୍ଷର ଝିଅ ରୁତଭି ଇପ୍‌ସା ଙ୍କର ଗତ ନଭେମ୍ବର ମାସ ୨୨ତାରିଖ ଦିନପେଟବ୍ୟଥା ହୋଇ ସେ ଅସୁସ୍ଥ ହୋଇରପଡିଲେ ।ତାଙ୍କୁ ପରିବାର ଲୋକେ ମାଲକାନଗିରି ହସପିଟାଲକୁ ନେଇ ଚିକିତ୍ସା କରାଯାଇଲେ । ସେଠାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତ ଡିସେମ୍ବର ୨୭ତାରିଖରେ ଭଦ୍ରାଚଳମ ହସପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ମାନେ ଚିକିତ୍ସା ପରେ କ୍ୟାନ୍ସର ହୋଇଥିଆପାରେ ବୋଲି ସନ୍ଦେହ କରି କହିଲେ ଝିଅକୁ ଭେଲୋର ହସପିଟାଲକୁ ନେଇ ଯାଅ , ଶ୍ରୀଦଣ୍ଡସେନା ଧାର କରଜ କରି ଭେଲୋର ହସପିଟାଲକୁ ନେଇ ଯାଇଥିଲେ ଗତ୧୦ଦିନ ହେଲା ସେଠାରେ ରହି ଇପ୍ସା ଙ୍କର ଚିକିତ୍ସା ଓ ପରୀକ୍ଷା କରିବାରୁ ଜଣାପଡିଥିଲା ଇପ୍ ସା ଙ୍କ ଲିଭରରେ କ୍ୟାନ୍ସର ଆଟେକ କରିଛି । ଏହାର ଚିକିତ୍ସା ପାଇଁ ପ୍ରୟା ୮ରୁ ୧୦ଲ କ୍ଷଟଙ୍କାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଥିଲେ । ଏହା ସୁଣି ଦଣ୍ଡସେନାଙ୍କ ପରିବାରଙ୍କ ମୁଣ୍ଡରେ ସତେ ଯେପରି ଆକାଶ ଛିଡି ପଡିଲା ପରି ଲାଗିଲା । ଘରେ ଯାହା ଟଙ୍କା ପଇସା ଥିଲା ଝିଅକୁ ବିଭିନ୍ନ ହପିଟାଲକୁ ନେଇ ସବୁ ସରିଗଲା ହେଲେ ଝିଅ ସୁସ୍ଥ ହୋଇପାରିଲା ନାହିଁ,ଝିଅ ସୁସ୍ଥହେବାକୁ ହଲେ ପ୍ରାୟ୮ରୁ ୧୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ଭେଲୋର ହସପିଟାଲର ଡାକ୍ତର ମାନେ କହିଛନ୍ତି । ଏତେ ଗୁଡାଏ ଟଙ୍କା କେଉଁଠାରୁ ଆଣିବେ ସେ ଚିନ୍ତାରେ ବିକାଶଙ୍କ ପରିବାର ଦୁଃଖରେ ଭିଙ୍ଗିପଡିବା ସହିତ ଚିନ୍ତାରେ ପଡିଯାଇଛନ୍ତି ।ସରକାରଙ୍କ ପକ୍ଷରୁ ଇପ୍‌ସା ଚିକିତ୍ସା ବ୍ୟବସ୍ଥା କରିବାପାଇଁ ପରିବାର ଓ ବସ୍ତିବାସିନ୍ଦା ଜିଲ୍ଲାପ୍ରଶାନ ନିକଟରେ ଅନୁରୋଧକରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.