Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଆଇ.ସି.ଟି ଓ ୫ଟି କମ୍ପୁଟରିକରଣ ସମୀକ୍ଷା

ଜିଲ୍ଲାସ୍ତରୀୟ ଆଇ.ସି.ଟି ଓ ୫ଟି କମ୍ପୁଟରିକରଣ ସମୀକ୍ଷା

30

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ଆଇ.ସି.ଟି. ଓ ସରକାରଙ୍କ ୫ଟି ଯୋଜନା ଅନ୍ତର୍ଗତ କମ୍ପୁଟରିକରଣ କାର୍ଯ୍ୟର ସମୀକ୍ଷା ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଉପମହାନିର୍ଦ୍ଦେଶକ ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ସହ ଉପ ମହାନିର୍ଦ୍ଦେଶକ ସାମ୍‌ସଦ୍ ଅହମ୍ମଦ ଖାନ୍ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ କମ୍ପୁଟରିକରଣ କାର୍ଯ୍ୟ ଆଇ.ସି.ଟି. (ଇନ୍‌ଫର୍‌ମେସନ କମୁନିକେସନ ଟେକ୍ନୋଲୋଜି) ମାଧ୍ୟମରେ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତିି ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ । ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଜୟ କୁମାର ମିଶ୍ର ସରକାରଙ୍କ ୫ଟି ଅଧିନରେ ଯେଉଁସବୁ ବିଭାଗ ରହିଛି, ସେହି ବିଭାଗମାନଙ୍କରେ ସାଧାରଣ ଲୋକ କରୁଥିବା ଅଭିଯୋଗ, ଆପତ୍ତି, ଆବେଦନ ଆଦିର ସ୍ଥିତି କିପରି ଘରେ ନିଜେ ଜାଣିବାକୁ ସକ୍ଷମ ହେବେ ସେ ଦିଗରେ ଇଣ୍ଟରନେଟ ମାଧ୍ୟମରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଉଛି । ଏହି ତଥ୍ୟକୁ ଜାଣିବାରେ ଜିଲ୍ଳାରେ ଚାଲିଥବା ଆଇ.ସି.ଟି.ର ବ୍ୟବହାର କ୍ଷେତ୍ରରେ ଉପଜୁଥିବା ସମସ୍ୟା ଏବଂ ଏହାର ନିରାକରଣ ସମ୍ପର୍କରେ ଜଣାଇଥିଲେ । ଆଗାମୀ ଦିନରେ ଲୋକେ ଆହୁରି ସୁବିଧାରେ କିପରି ଆଇ.ସି.ଟି. କମ୍ପୁଟରିକରଣ ବ୍ୟବସ୍ଥାର ସଦୁପଯୋଗ ହୋଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ଅଧିକାରୀଗଣ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.