Home ଜିଲ୍ଲା ପରିକ୍ରମା ‘ଜାଗୋ’ ସଂଗଠନ ପକ୍ଷରୁ ଚାନ୍ଦିପୁର ବେଳାଭୂମି ସଫେଇ

‘ଜାଗୋ’ ସଂଗଠନ ପକ୍ଷରୁ ଚାନ୍ଦିପୁର ବେଳାଭୂମି ସଫେଇ

96

ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଜଗନ୍ନାଥ ଗ୍ରୁପ ଅଫ୍ ଓଡ଼ିଶା’(ଜାଗୋ) ପକ୍ଷରୁ ରବିବାରରେ ଚାନ୍ଦିପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁରରେ ସଂଗଠନର ବାର୍ଷିକ ଅଧିବେଶନ ପରେ କର୍ମକର୍ତ୍ତାଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ମିଳିତ ଭାବେ ବେଳାଭୂମି ସଫେଇ କରିଥିଲେ। ବେଳାଭୂମିରେ ପଡ଼ିଥିବା ଆବର୍ଜନା, ପ୍ଲାଷ୍ଟିକ୍ ବୋତଲ, ପଲିଥନ୍‌କୁ ଗୋଟେଇ ଡଷ୍ଟବିନ୍‌ରେ ପକାଇଥିଲେ। ଶୁଖିଲା ଡାଳପତ୍ର ଓ ଆବର୍ଜନା ଆଦିକୁ ପୋଡ଼ି ଦିଆଯାଇଥିଲା। ଆଗାମୀ ଦିନରେ ସଂଗଠନ ପକ୍ଷରୁ ନିୟମିତ ବ୍ୟବଧାନରେ ବେଳାଭୂମି ସଫେଇ କାର୍ଯ୍ୟ ଜାରି ରହିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି। ଏଥିସହିତ ବେଳାଭୂମି ଓ ତା’ର ସଂଲଗ୍ନ ସାଧାରଣ ଲୋକେ ଚଳପ୍ରଚଳ ହେଉଥିବା ସ୍ଥାନରେ ସଂଗଠନ ପକ୍ଷରୁ ଏକାଧିକ ଡଷ୍ଟବିନ୍ ରଖାଯିବ ବୋଲି ସେମାନେ କହିଛନ୍ତି। ‘ଜାଗୋ’ର ରାଜ୍ୟ ସମ୍ପାଦିକା ମିନତି କର, ବରିଷ୍ଠ ଉପଦେଷ୍ଟା ଜ୍ୟୋତିର୍ମୟୀ ପଟ୍ଟନାୟକ, ଜିଲ୍ଲା ସଭାପତି ବିସ୍ମୟ ପାତ୍ର, ପ୍ରମୋଦ ଜେନା, ରଂଜନ ପାତ୍ର, ଧ୍ରୁବ ପଣ୍ଡା, ମହେଶ ମଲ୍ଲିକ, ରଂଜନ ସେଠୀ ପ୍ରମୁଖ ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.