Home ଜିଲ୍ଲା ପରିକ୍ରମା ପବିତ୍ର ପାଣିଗ୍ରାହୀ ପାଇଲେ ରାଜ୍ୟ ସାହିତ୍ୟ ଏକାଡ଼େମି ପୁରସ୍କାର, ଶୈଳେନ୍ଦ୍ର, ମନୀନ୍ଦ୍ର, ରବି ଓ ବ୍ରଜଙ୍କୁ...

ପବିତ୍ର ପାଣିଗ୍ରାହୀ ପାଇଲେ ରାଜ୍ୟ ସାହିତ୍ୟ ଏକାଡ଼େମି ପୁରସ୍କାର, ଶୈଳେନ୍ଦ୍ର, ମନୀନ୍ଦ୍ର, ରବି ଓ ବ୍ରଜଙ୍କୁ ସମ୍ବର୍ଦ୍ଧନା

53

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ ନିୟମ ଅନୁସାରେ ବିଳମ୍ବରେ ହେଲେବି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମି ତରଫରୁ ୨୦୧୫ ଓ ୨୦୧୬ ଦୁିବର୍ଷର ପୁରସ୍କାର ଏବଂ ୨୦୧୯ର ସାରସ୍ୱତ ସ୍ୱମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଏହି ଉତ୍ସବରେ ଭଦ୍ରକ ମାଟିର ସୁନାମଧନ୍ୟ ଜଣେ ଲେଖକ ସମ୍ମାନଜନକ ପୁରସ୍କାର ଓ ଚାରିଜଣ ସାରସ୍ୱତ ସଂମ୍ବର୍ଦ୍ଧନା ପାିଥିବାରୁ ଜିଲ୍ଲାରେ ଲେଖକ ଓ ବୁଦ୍ଧିଜୀବୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ବିଏନ୍‌ଏମ୍‌ଏ କଲେଜର ଇତିହାସ ବିଭାଗ ମୁଖ୍ୟ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ୨୦୧୫ମସିହା ପାଇଁ ଗଳ୍ପ ସଂକଳନ ‘ଗପର ମୁହଁ’ ନିମନ୍ତେ ପୁରସ୍କାର ସ୍ୱରୁପ ଦୁଇଲକ୍ଷ ଟଙ୍କା, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ ଯେ ସାହିତ୍ୟର ବିଭିନ୍ନ ବିଭାଗର ତାଙ୍କର ପ୍ରାୟ ଚାଳିଶଟି ପୁସ୍ତକ ସମେତ ୧୪ଟି ଗଳ୍ପ ସଂକଳନ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିଛି । ପୁର୍ବରୁ ତାଙ୍କ ସାରସ୍ୱତ କୃତି ପାଇଁ ସେ କେତେକ ରାଜ୍ୟ ସ୍ତରୀୟ ପୁରସ୍କାର ଲାଭକରିଛନ୍ତି । ସେହିପରି ନିରବଚ୍ଛିନ ସାହିତ୍ୟ ସାଧନା ପାଇଁ ବିଶିଷ୍ଟ ବର୍ଷିୟାନ ସୃଜନ ସ୍ରଷ୍ଟା ଗାଳ୍ପିକ ଶୈଳେନ୍ଦ୍ର କୁମାର ମହାପାତ୍ର, ଶିଶୁ ସାହିତ୍ୟିକ ଡ. ମନିନ୍ଦ୍ର କୁମାର ମହାନ୍ତି, ଲେଖକ ରବି ମହାପାତ୍ର ଓ ରାଉରକେଲାରେ ଅବସ୍ଥାନ କରୁଥିବା ଭଦ୍ରକର ମୁଳ ବାସିନ୍ଦା ପ୍ରାବନ୍ଧିକ ବ୍ରଜ ଦାସଙ୍କୁ ୨୦୧୯ ମସିହାର ସାସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ସ୍ୱରୁପ ପ୍ରତ୍ୟେକଙ୍କୁ ଏକଲକ୍ଷ ଟଙ୍କା, ଅଙ୍ଗବସ୍ତ୍ର ଓ ମାନପତ୍ର ଦିଆଯାଇଛି । ଏହି ବର୍ଣ୍ଣାତ୍ୟ ଭତ୍ସବରେ ସଂସ୍କୃତି ଔ ପର୍ଯ୍ୟଠନ ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଏକାଡେମିର ଯଶସ୍ୱୀ କବି ଡ. ହରିହର ମିଶ୍ର, ସସ୍କୃତି ବିଭାଗ ନିର୍ଦ୍ଦେଶକ କବି ରଂଜନ କୁମାର ଦାସ ଓ ସଚିବଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଅତିଥିରୁପେ ଯୋଗଦେଇ ଏମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.