Home Top News ଶାଢ଼ୀରେ ଯୁବତୀଙ୍କ ଚମତ୍କାର ବ୍ୟାକଫ୍ଲିପ୍ସ୍: ଭିଡିଓ ଭାଇରାଲ୍ ..

ଶାଢ଼ୀରେ ଯୁବତୀଙ୍କ ଚମତ୍କାର ବ୍ୟାକଫ୍ଲିପ୍ସ୍: ଭିଡିଓ ଭାଇରାଲ୍ ..

107

ଭୁବନେଶ୍ୱର: ଶାଢ଼ୀ ତୁଳନାରେ ଡ୍ରେସ ପିନ୍ଧିବା ଖୁବ ସହଜ, ଆରାମଦାୟକ। ତା’ ସହ ଡ୍ରେସ ପିନ୍ଧିବାରେ କମ୍ ସମୟ ମଧ୍ୟ ଲାଗେ। ଶାଢ଼ୀ କ’ଣ କି, ଚାରିରୁ ଆଠ ମିଟରର ଖଣ୍ଡେ କପଡ଼ା। ଯାହାକୁ ଶରୀରରେ ଗୁଡ଼େଇ ପିନ୍ ସାହାଯ୍ୟରେ ଶରୀରରେ ଲଗେଇ ରଖାଯାଏ। ସେ ଶାଢ଼ୀକୁ ପୁଣି ସମ୍ଭାଳି ରଖିବା ପାଇଁ ଦୁଇଟା ଯାକ ହାତର ଆବଶ୍ୟକତା ପଡ଼େ। ନ’ହେଲେ କେତେ ବେଳେ କେଉଁଠୁ ଯେ ଖସିଯିବ ଜଣା ପଡ଼ିବନି। ତା’ ସହ ଶାଢ଼ୀ ଶରୀରକୁ ସମ୍ପୂର୍ଣ୍ଣ ଆବୃତ୍ତ କରିପାରେ ନାହିଁ। ବସ୍ ଭିଡ଼ରେ ଶାଢ଼ୀ ପିନ୍ଧା ମହିଳାଟିଏର ଅବସ୍ଥା ଯେ କେତେ ଶୋଚନୀୟ ହୁଏ ତାହା କେବଳ ଅନୁଭବି ହିଁ ଜାଣେ। ଭାବନ୍ତୁ ତ’ ଘର କାମ ସାରି ତରବରରେ କର୍ମକ୍ଷେତ୍ରକୁ ବାହାରୁଥିବା ନାରୀଟିଏ ପାଇଁ ଶାଢ଼ୀଟି କ’ଣ ଏକ ସୁବିଧାଜନକ ପରିଧାନ ହୋଇପାରେ କି। ଶାଢ଼ୀ ପିନ୍ଧି ଗାଡ଼ି ଚଲେଇବା, ଗାଡ଼ିରେ ଯିବା ଆସିବା କରିବା, ଦୌଡ଼ିବା ମଧ୍ୟ ସହଜ ଅନୁଭବ ହୁଏ ନାହିଁ। ଶାଢ଼ୀ କାନିରେ ନିଆଁ ଲାଗି ମହିଳାଟିଏ ପୋଡ଼ିହୋଇ ଯିବା କିମ୍ବା ବାଇକ୍ ଚକାରେ ପଶି ଦୁର୍ଘଟଣାଗ୍ରସ୍ଥ ହେବା ପରି ଅନେକ ଘଟଣା ଶୁଣିବାକୁ ମିଳେ। କେବେ କାମ କରୁଥିବା ନାରୀଟିକୁ ଦେଖିବେ ସେ କେମିତି ସୁବିଧା ହେବା ପାଇଁ ନିଜ ଶାଢ଼ୀଟିକୁ ପାଦ ଉପରକୁ ଟେକିବାକୁ ବାଧ୍ୟ ହୋଇଥାଏ। ପାଦକୁ ବାନ୍ଧି ଦେଉଥିବା ଶାଢ଼ୀ ନାରୀର ଚାଲିକୁ ରୋକି ଦେଇଥାଏ।


କିନ୍ତୁ, ଶାଢ଼ୀ ପିନ୍ଧିଥିବା ଜଣେ ଝିଅର ବ୍ୟାକଫ୍ଲିପ୍ସ୍ (ପିଛାଡ଼ି) ମାରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। କାମ ଦାମ କରିବା ବେଳେ କିମ୍ବା କର୍ମକ୍ଷେତ୍ରକୁ ଯିବାବେଳେ ମହିଳା ମାନେ ଶାଢ଼ୀ ପିନ୍ଧିବାକୁ ଅସହଜ ମନେ କରୁଥିବା ବେଳେ ମିଲି ସରକାର ନାମକ ଯୁବତୀ ଜଣଙ୍କ ଶାଢ଼ୀ ପିନ୍ଧି କିପରି ଅତି ସହଜ ଢଙ୍ଗରେ ବ୍ୟାକଫ୍ଲିପ୍ସ୍ ମାରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଭିଡିଓଟିକୁ ଯିଏ ଦେଖୁଛି ଯୁବତୀ ଜଣଙ୍କର ପ୍ରଶଂସା ନକରି ରହି ପାରୁନି। ମିଲି ସରକାର ଜଣେ ଯୋଗ ସ୍ପେଶାଲିଷ୍ଟ ବୋଲି ଜଣାପଡ଼ିଛି। ତାଙ୍କର ଏପରି ଆହୁରୀ ଅନେକ ଷ୍ଟଣ୍ଟ୍ ଭିଡିଓ ରହିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.