Home କେନ୍ଦୁଝର ନିଆଁରେ ପୋଡିଯାଇ ରୋଷେୟା ଗୁରୁତର

ନିଆଁରେ ପୋଡିଯାଇ ରୋଷେୟା ଗୁରୁତର

33

ହାଟଡ଼ିହି, ୬ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ଛେନାପଦି ମାର୍କେଟରେ ରୋଷେଇ କରୁଥିବା ବେଳେ ଅସାବଧାନତାରୁ ଜଣେ ରୋଷେୟା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଛେନାପଦିଛକ ସ୍ଥିତ ମା ହୋଟେଲରେ ନବୀନା ଦେହୁରୀ ନାମକ ଜଣେ ରୋଷେୟା ଆଜି ସକାଳୁ ରୋଷେଇ କରୁଥିବାବେଳେ ଅସାବଧାନତା ବସତଃ ତତଲା ତେଲ କଡେଇରେ ପାଣି ପଡିଯାଇଥିଲା । ଫଳରେ ତେଲ କଡେଇରେ ନିଆଁ ଲାଗି ସେ ପିନ୍ଧିଥିବା ଲୁଙ୍ଗି ଓ ସାର୍ଟରେ ନିଆଁ ଲାଗି ଯାଇଥିଲା । ଅନ୍ୟ କର୍ମଚାରୀମାନେ ତାଙ୍କ ଲୁଙ୍ଗି ଓ ସାର୍ଟଟିକୁ ଖୋଲି ଫିଙ୍ଗିଦେବାରୁ ତାହା ଗ୍ୟାସ ପାଇପ ଉପରେ ପଡିଯିବାରୁ ଗ୍ୟାସ ପାଇପଟି ଜଳିଥିଲା । ଶହଶହ ଲୋକ ଏହା ଦେଖୁଥିଲେ ମଧ୍ୟ ଗ୍ୟାସ ଟାଙ୍କିରେ ନିଆଁ ଲାଗିଥିବା ଭାବି ଭିତରକୁ ଭୟରେ ଯାଉନଥିବାବେଳେ ଘର ମାଲିକ ଅମର ରାଉତ ତୁରନ୍ତ ଘର ଭିତରକୁ ପସିଯାଇ ଗ୍ୟାସଟିକୁ ବନ୍ଦ କରିବା ସହ ନବୀନାକୁ ଉଦ୍ଧାର କରିଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇବା ସହିତ ଆହତ ନବୀନାକୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ନେଇଯାଇଥିଲେ । ନବୀନାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.