Home ଓଡ଼ିଶା ନିଖୋଜ ଯୁବକ ବିଶ୍ୱଜିତ ର ଶବ ଉଦ୍ଧାର ହତ୍ୟା ସଂନ୍ଦେହ

ନିଖୋଜ ଯୁବକ ବିଶ୍ୱଜିତ ର ଶବ ଉଦ୍ଧାର ହତ୍ୟା ସଂନ୍ଦେହ

78

ନୟାଗଡ/୦୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ଗ୍ରାମର ବିଶ୍ୱଜିତ ମହାରଣା(୩୫) ଗତ ୩୦ନଭେମ୍ବର ତାରିଖ ରୁ ଜଣଙ୍କ ଫୋନ ପାଇ ଘରେ ଲାଗିଥିବା ଡି.ଟି.ଏଚ୍ ରିଚାର୍ଜ କରିବା ପାଇଁ କହି ଘରୁ ଯାଇଥିଲେ । ସେ ତାପରେ ରାତି ସୁଦ୍ଧା ଘରକୁ ଫେରିନଥିଲେ । ଘର ଲୋକେ ଚାରିଆଡେ ଖୋଜାଖୋଜି କରିବା ପରେ ପର ଦିନ ଚାନ୍ଦପୁର ଥାନା ରେ ନିିଖୋଜ ସର୍ମ୍ପକେ ଚାନ୍ଦପୁର ଥାନା ରେ ଅଭିଯୋଗ କରିଥିଲେ ବୋଲି ବିଶ୍ୱଜିତ ଙ୍କ ସ୍ତ୍ରୀ କୁହନ୍ତି । କିନ୍ତୁ ବିଶ୍ୱଜିତ ଙ୍କର ଶବ ଜଙ୍କିଆ ଥାନା ବଡପୋଖରିଆ ଛକ ପୁରୁଣା ଗଡ ପୋଖରି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା ।

ଜଙ୍କିଆ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବିଶ୍ୱଜିତ ଙ୍କ ଶବ ଜବତ କରିବା ସହ ନିକଟରେ ପଡିଥିବା ହିରୋ ଗ୍ଲାମର ମଟରସାଇକେଲ ଟିକୁ ମଧ୍ୟ ଜବତ କରିଥରଲେ । ବିଶ୍ୱଜିତ ଙ୍କର ଶବ ପଞ୍ଚନାମା ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ବିଶ୍ୱଜିତ ର ଶବ ବଡପୋଖରିଆ ପୁରୁଣା ଗଡ ପୋଖରି ନିକଟରୁ ମିଳିଥିବା ଯୋଗୁ ଘଟଣା କୁ ରହସ୍ୟାବୃତ କରିଛି । ଚାନ୍ଦପୁର ପୋଲିସ ର ଅବହେଳା କୁ ପରିବାର ଲୋକେ ଦାୟୀ କରୁଛନ୍ତି । ଏ ସର୍ମ୍ପକେ ଚାନ୍ଦପୁର ଥାନା ସବ୍ ଇନିସ୍ପେକ୍ଟର ଏସ୍ . ଏସ୍‌. ଔାରୋ ଙ୍କ ସହ ଯୋଗାଯୋଗ କରିବା ପରେ ଚାନ୍ଦପୁର ଥାନା ରେ ବିଶ୍ୱଜିତ ଙ୍କ ନିଖୋଜ ଅଭିଯୋଗ କୁ ଅସ୍ୱୀକାର କରିଛନ୍ତି । ବିଶ୍ୱଜିତ ଙ୍କ  ଘଟଣା ଟି ସନ୍ଦେହ ଘେର ରେ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.