Home ଜିଲ୍ଲା ପରିକ୍ରମା ମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଫୁଲର ହସ’ ର ୧୯ତମ ବାର୍ଷିକ ଉତ୍ସବ, ‘ମୋ...

ମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଫୁଲର ହସ’ ର ୧୯ତମ ବାର୍ଷିକ ଉତ୍ସବ, ‘ମୋ ସ୍ୱପ୍ନର ପରି’ ଲୋକାର୍ପିତ

147

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟସ୍ତରୀୟ ମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକାର ୧୯ତମ ବାର୍ଷିକ ଉତ୍ସବରେ ଦଶହରା ବିଶେଷାଙ୍କରୁ ଉନ୍ମୋଚନ କରି ରାଜ୍ୟ ବିରୋଧୀ ଦଳର ଉପନେତା, ଧାମନଗର ବିଧାୟକ ତଥା ‘ଘାସଫୁଲ’ ର ସଂପାଦକ ବିଷ୍ଣୁ ସେଠୀ ସମାଜରେ ବହୁ ପତ୍ରପତ୍ରିକା ପ୍ରକାଶିତ ହୋଇ ପୁଣି କାଳର କରାଳ ଗର୍ଭରେ ଲୀନ ହୋଇଯାଉଥିବାବେଳେ ଆବାଲ୍ୟ ଶିବ ଉପାସକ ସାହିତ୍ୟ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଦୀର୍ଘ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରକାଶ କରିଆସୁଥିବା ବାର୍ଷିକ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଫୁଲର ହସ’ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଶିଶୁ ମନଲାଖି ହୋଇପାରିଛି । ଖାଲି ସେତିକି ନୁହେଁ କଥା କହି ତାକୁ କାର୍ଯ୍ୟକାରୀ କରିବା ହେଉଛି ସାହିତ୍ୟିକର ଧର୍ମ । ଏଣୁ କମିଟ୍‌ମେଣ୍ଟ ଓ ଟାର୍ଗେଟ୍ ଏହି ଦୁଇ ଶବ୍ଦକୁ ଜୀବନର ମୂଳ ମନ୍ତ୍ର ବୋଲି ଭାବିନେଲେ ଜୀବନ ଧନ୍ୟ ହୋଇଯିବ । ଏହା ତାହା ଆଜି ଦେଖିବାକୁ ମିଳିଛି ପଣ୍ଡିତଙ୍କ ନିକଟରେ । ଏହି ଅବସରରେ ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ରଚିତ ‘ମୋ ସ୍ୱପ୍ନର ପରି’ ପୁସ୍ତକକୁ ଲୋକାର୍ପିତ କରି ଶ୍ରୀ ସେଠୀ ଏହା ଓଡ଼ିଆ ଭାଷା ସାହିତ୍ୟ ସମ୍ଭାରକୁ ଅନ୍ୟ ଏକ ଅଂକୁରୋଦମ । ଏଥିରେ ଥିବା ସମସ୍ତ କବିତା ଅତ୍ୟନ୍ତ ଭାବଦ୍ୱିପକ । ଫୁଲର ହସର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ମହାପାତ୍ରଙ୍କ ସଭାପତିତ୍ୱରେ ଏହି ସଭାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ଇଂ ଅଭୟ ସୂତାର ବିଶିଷ୍ଟ ଅତିଥି, ଗୀତାରାଣୀ ଆଇଚ, ଅଧ୍ୟାପକ ନିହାର ରଂଜନ କର, ଗ୍‌ଗନ ବିହାରୀ ରାଉତ, ସନାତନ ସାହୁ, ରାମଚନ୍ଦ୍ର ସାହୁ, ରଶ୍ମିତା ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫୁଲର ହସ କେବଳ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ, ଏଥିରେ ବହୁ ନୀତିଶିକ୍ଷା ମୂଳକ କବିତା, ଗଳ୍ପ ଆଦି ରହୁଛି । ଯାହା ସର୍ବ ଜନାଦୃତ ହୋଇପାରିଛି ବୋଲି ମନ୍ତବ୍ୟ ଦେଇଥିଲେ । ଏଥିସହିତ ‘ମୋ ସ୍ୱପ୍ନର ପରି’ ପୁସ୍ତକ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲର ହସ ପରିବାର ତରଫରୁ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ସାହୁଙ୍କୁ ‘ଫୁଲର ହସ’ ଓ ସ୍ମୃତିଶ୍ରୀୟା ମହାନ୍ତିଙ୍କୁ ‘ଫୁଲର ହସ ପରି’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫୁଲର ହସରେ ପ୍ରକାଶ ପାଇଥିବା ଲେଖକ-ଲେଖିକାମାନଙ୍କ ଲେଖାକୁ ଗୁରୁତ୍ୱ ଦେଇ ବିଜୟଲକ୍ଷ୍ମୀ ପଣ୍ଡା, ଡ. ହରମୋହନ କୁଅଁର, ସଂଯୁକ୍ତା ମହାନ୍ତି, ଜାନକୀ ପାଢୀ, ସୁରେନ୍ଦ୍ର ପ୍ରସାଦ ମହାନ୍ତି, ବସନ୍ତ କୁମାର ପାତ୍ର, ଦୟାନିଧି ବେହେରା, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ଡ. ମମତା ସାହୁ, ଲାସ୍ୟମୟୀ ବିଶ୍ୱାଳ, ଗୌରାଙ୍ଗ ଚନ୍ଦ୍ର ବାରିକ, ସୁକନ୍ୟା ପରିଡା, ଇସାକ ମହମ୍ମଦ ସାହା ଙ୍କୁ ‘ଫୁଲର ହସ କବିତା’ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ବିଭୂତି ଭୂଷଣ ସେନାପତିଙ୍କୁ ‘ଫୁଲର ହସ ଗଳ୍ପ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଡ. ମମତା ସାହୁ ଏବଂ ଜାନକୀ ପାଢୀଙ୍କ ସଂଯୋଜନାରେ ସାଧନା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏକ କବିତା ପଠୋତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ୪୨ ରୁ ଉର୍ଦ୍ଧ୍ୱ କବି-କବୟିତ୍ରୀ କବିତା ପାଠ କରିଥିଲେ । ଶେଷରେ ସମାଜସେବିକା ଗୀତାଞ୍ଜଳି ଜେନା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.