Home ଜିଲ୍ଲା ପରିକ୍ରମା କାଳୀପୂଜା ପାଇଁ ପ୍ରଶାସନର କଟକଣା ଜାରି, ବାଣ ଫୁଟିଲେ କଡା କାର୍ଯ୍ୟାନୁଷ୍ଠାନ

କାଳୀପୂଜା ପାଇଁ ପ୍ରଶାସନର କଟକଣା ଜାରି, ବାଣ ଫୁଟିଲେ କଡା କାର୍ଯ୍ୟାନୁଷ୍ଠାନ

68

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ କାଳୀପୂଜା କୋବିଡ଼ କଟକଣା ମଧ୍ୟରେ ପାଳନ କରାଯିବ । ମଣ୍ଡପରେ କେବେଳ ରୀତିନୀତି ଅନୁଯାୟ ପୂଜା ହେବ । ସେଠାକୁ ଭକ୍ତମାନଙ୍କ ଯିବାକୁ ବାରଣ କରାଯାଇଛି । ବ୍ରାହ୍ମଣ ଓ କର୍ତ୍ତାଙ୍କୁ ମିଶାଇ ମୋଟ ୭ଜଣ ମଧ୍ୟରେ ସୀମିତ ରହି ପୂଜା କର୍ମ କରିବେ । ମଣ୍ଡପର ୩ ପାଶ୍ୱର୍କୁ ସମ୍ପୂର୍ଣ୍ଣ ଘୋଡାଇ ରଖାଯିବା ସହିତ କେବଳ ସମ୍ମୁଖ ଭାଗ କନା ଦ୍ୱାରା ଆବଦ୍ଧ କରାଯାଇ ରଖାଯିବ । କୌଣସି ଆଡମ୍ବର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରହିବ । ସେହିଭଳି ସମ୍ପୂର୍ଣ୍ଣ କୋବିଡ଼ କଟକଣାରେ ପାଳିତ ହେବାକୁ ଥିବା ଏହି ଦୀପାବଳୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ କଡା କଟକଣା ଜାରି କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର ମଧ୍ୟ ଜାରି ରହିଛି । ବାଣ ବିକ୍ରି କଲେ କିମ୍ବା ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି । ଏଡି ନିର୍ଦ୍ଦେଶନାମା ନଭେମ୍ବର ୩୦ ତାରିଖ ପର୍ଯ୍ରନ୍ତ ବଳବତ୍ତର ରହିବ । ଅନ୍ୟପକ୍ଷରେ ନିଜେ ସତର୍କ ରହିବା ସହିତ ଅନ୍ୟମାନଙ୍କ ସତର୍କ କରାଇବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କଡା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲୋକେ ଏହାକୁ ଅମାନ୍ୟ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.