Home କେନ୍ଦୁଝର ହାବଳେଶ୍ୱର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ , ପ୍ରସୁତୀ ସାଜିଛନ୍ତି ଶ୍ରମିକ

ହାବଳେଶ୍ୱର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ , ପ୍ରସୁତୀ ସାଜିଛନ୍ତି ଶ୍ରମିକ

75

ହାଟଡିହି- ୧୦ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ହେଉଥିବା ମନରେଗା ଦୁର୍ନିତୀ ଦିନକୁ ଦିନ ଶିଖରରେ ପହଞ୍ଚିଲାଣି । ଏଠି ମଣିଷ ପରିବର୍ତ୍ତେ ମେସିନି କାମ କରୁଛି କିନ୍ତୁ ଜବକାର୍ଡ ପକାଇ ସବୁ ପ୍ରକଳ୍ପର ପଇସା ଉଠାଯାଉଛି । ଯେଉଁ କାମ ସବୁ ହେଉଛି ସେସବୁ ବାସ୍ତବରେ ଦେଖିବାକୁ ମିଳୁନାହିଁ । କିଛି ହିତାଧିକାରୀ ଲ୍ୟାଣ୍ଡ ଡେଭଲପମେଣ୍ଟ ନାମରେ ସେମାନଙ୍କ ବିଲରେ ତିନିଚାରି ଟ୍ରାକ୍ଟର ମାଟି ପକାଇ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି । ଅଳ୍ପ କିଛିଦିନ ପୁର୍ବରୁ ସେପ୍ଟେମ୍ବର ମାସରେ ହାଟଡିହି ବ୍ଲକର ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମ ନିବାସୀ ରମାକାନ୍ତ ନାୟକଙ୍କୁ ଲ୍ୟାଣ୍ଡ ହେଭଲପମେଣ୍ଟ ମିଳିଥିଲା । ଯାହାକି ୧ଲକ୍ଷ ୯୦ହଜାର ଟଙ୍କାର ପ୍ରକଳ୍ପ । ଏହି ପ୍ରକଳ୍ପରେ ୨୮ଜଣ ଜବକାର୍ଡ ଧାରୀ କାମ କରିଥିବା ଦର୍ଶାଯାଇଛି । ପ୍ରତ୍ୟେକ ଜବକାର୍ଡଧାରୀ ୧୩୪ଦିନ ଲେଖାଏଁ କାମ କରିଛନ୍ତି । ଏବଂ ଏହା ୨୬ସେପ୍ଟମ୍ବର ୨୦୨୦ରେ ଆରମ୍ଭ ହୋଇ ୩ ଅକ୍ଟୋବର ୨୦୨୦ରେ ସମାପ୍ତ ହୋଇଛି । ଏଥିରେ କାମ କରିଥିବା ଜବକାର୍ଡ ହିତାଧିକାରୀ ମାନେ ହେଲେ ରଙ୍ଗାଧର ମଲ୍ଲିକ, କରୁଣାକର ମଲ୍ଲିକ, ଶତୃଘ୍ନ ମଲ୍ଲିକ, ନିରାକାର ଖଟୁଆ, ମନମୋହନ ନାୟକ, ମିନାକ୍ଷୀ ଖଟୁଆ, ରମାକାନ୍ତ ନାୟକ, ଆଲ୍ଲାଦିନ ମଲ୍ଲିକ,ଝୁନୁଲତା ନାୟକ, ପ୍ରଶାନ୍ତ କୁମାର ମଲ୍ଲିକ, ସତ୍ୟଭାମା ବେୱା, ସନାତନ ମଲ୍ଲିକ, ଭରତ ଖଟୁଆ, ହେନାରାଣୀ ମଲ୍ଲିକ, ଜୟନ୍ତୀ ମଲ୍ଲିକ, ଝୁନାରାଣୀ ମଲ୍ଲିକ, ଭାରତୀ ମଲ୍ଲିକ, ଭଗବାନ ମହାନ୍ତି, ରଶ୍ମିତା ମହାନ୍ତି, ବିଦ୍ୟାଧର ମଲ୍ଲିକ, ବିଦ୍ୟାଧର ଜେନା, ଅଭିମନ୍ୟୁ ଜେନା, ବିମ୍ବାଧର ମଲ୍ଲିକ, ବଳରାମ ମଲ୍ଲିକ, ଗାୟତ୍ରୀ ମଲ୍ଲିକ, ରମାମଣି ମଲ୍ଲିକ, ରଶ୍ମୀବାଳା ମଲ୍ଲିକ ଏବଂ ରୀନାରାଣୀ ମଲ୍ଲିକ । ଏହି ପ୍ରକଳ୍ପରେ ଜବକାର୍ଡ ହିତାଧିକାରୀ ମାନଙ୍କ ମଧ୍ୟରୁ କିଛି ୮୦ବର୍ଷରୁ ଉର୍ଦ୍ଧ ହୋଇଥିବାବେଳେ ସେମାନେ ଶାରିରୀକ ପରିଶ୍ରମ ପାଇଁ ଅକ୍ଷମ । ଆଉ କିଛି ସ୍ତ୍ରୀ ଲୋକ ଘର ବ୍ୟତିତ ବାହାରେ ଶାରୀରିକ ପରିଶ୍ରମ ପାଇଁ ଲଜ୍ଝା ବୋଧ କରନ୍ତି । ଏହି ପ୍ରକଳ୍ପରେ କାମ କରିଥିବା ଝୁନୁଲତା ନାୟକ ହେଉଛନ୍ତି ରମାକାନ୍ତ ନାୟକଙ୍କ ପତ୍ନୀ ଏବଂ ସେ ପୁର୍ବତନ ସରପଞ୍ଚ । ନିଜେ ଠିକ ଭାବରେ ଚାଲି ପାରୁ ନାହାନ୍ତି । କିନ୍ତୁ ସେ ଶ୍ରମିକ ଭାବେ କାମ କରିଥିବା ଦର୍ଶାଯାଇ ମଜୁରୀ ଟଙ୍କା ଉଠାଯାଇଛି । ସେହିପରି ରଶ୍ମୀତା ମଲ୍ଲିକ ତାଙ୍କର ୨୧ସେପ୍ଟେମ୍ବର ୨୦୨୦ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ସେ ମଧ୍ୟ ଏହି ପ୍ରକଳ୍ପରେ ମନରେଗା ଯୋଜନାରେ ୧୩ଦିନ ଧରି କିପରି କାମ କରିଛନ୍ତି ତାହା ଉପରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ । ରମାକାନ୍ତ ନାୟକ ମଧ୍ୟ ୯ମେ ୨୦୧୮ରେ ଲ୍ୟାଣ୍ଡ ଡେଭଲପମେଣ୍ଟ ନେଇ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ହାବଳେଶ୍ୱର ପଞ୍ଚାୟତରେ ସରପଞ୍ଚଙ୍କ ସ୍ୱାମୀ ଅମୁଲ୍ୟ ହାତୀ ଜଣେ ଜବକାର୍ଡଧାରୀ । ସେ ନିଜ ବାପା ଭଗବାନ ହାତୀଙ୍କ ନାମରେ ଏକ ଲ୍ୟାଣ୍ଡ ଡେଭଲପମେଣ୍ଟ ପାଇଛନ୍ତି । ହାବଳେଶ୍ୱର ପଞ୍ଚାୟତରେ ଅବସ୍ଥିତ ଜମ୍ଭରା ଗ୍ରାମ ନିବାସୀ ନାରାୟଣ ହାତୀଙ୍କର ପୁଅ ପ୍ରତାପ କୁମାର ହାତୀ ଏବଂ ଦୀପକ ହାତୀ ଚେନାଇରେ ଥିବା ଅବସ୍ଥାରେ ହାବଳେଶ୍ୱର ଗ୍ରାମର ଚକ୍ରଧର ଦତ୍ତ ପାଇଥିବା ଲ୍ୟାଣ୍ଡ ଡେଭଲପମେଣ୍ଟରେ ଜବକାର୍ଡରେ ସେମାନେ କାମ କରିଛନ୍ତି ବୋଲି ଦର୍ଶାଯାଇଛି । ହାବଳେଶ୍ୱର ପଞ୍ଚାୟତରେ ଜମ୍ଭରା ଗ୍ରାମରେ ପୁର୍ବତନ ସରପଞ୍ଚ କୃପାସିନ୍ଧୁ ମଲ୍ଲିକ ୧୧ମେ ୨୦୨୦ରେ ହାତେଇଥିବା ଲ୍ୟାଣ୍ଡ ହେଭଲପମେଣ୍ଟରେ ଗର୍ଭବତୀ ମହିଳା, ବୃଦ୍ଧ, ରୋଗୀ ପ୍ରସବ କରିଥିବା ମହିଳା ମଧ୍ୟ କାମ କରିଛନ୍ତି ବୋଲି ଦର୍ଶାଯାଇଛି । ଏହା କିପରି ସମ୍ଭବ ହୋଇ ପାରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଞ୍ଚାୟତରେ ଅନେକ ଗରିବ ହିତାଧିକାରୀ କାମ ପାଇପାରୁ ନଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଜବକାର୍ଡ ପ୍ରଦାନ କରାଯାଇ କିପରି ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରାଯାଉଛି ତାହାକୁ ପ୍ରଶାସନ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.