ବରଗଡ଼, ୦୨-୦୯ (ଓଡ଼ିଆ ପୁଅ/ମିଲନ କିଶୋର ମହାପାତ୍ର) ଅନେକ ଥର ଧାର, କରଜ କରି ଯଥା ସମ୍ଭବ ଚିକିତ୍ସା କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ନେଇ ନିଜ ପୁଅକୁ ବିଧବା ମାଆ ଔଷଧ ଖାଇବାକୁ ଦେଇ ଭଲ ନ ହେବାରୁ ଡାକ୍ତର କଟକକୁ ନେଇ ଯିବାକୁ କହିଥିଲେ। ହେଲେ ଅର୍ଥ ଅଭାବରୁ ଅକ୍ଷମ ପାଲଟିଛନ୍ତି ବିଧବା ମାଆ। ମୂଲ ଲାଗି ରୋଜଗାର କରି ଖାଇବାକୁ ମୁଠେ ବ୍ୟବସ୍ଥା କରନ୍ତି। ସରକାରୀ ରାସନ କାର୍ଡ ଅବା ଅନ୍ୟ କୌଣସି ସହାୟତା ପାଇପାରି ନାହାନ୍ତି।
ଜଙ୍ଗଳ ଭିତରେ ଝାଟି, ମାଟି ଘରେ ରହିବାକୁ ହେଉଛି। ଡଙ୍ଗର ତଳ, ଘଂଚ ଜଙ୍ଗଲ, ଘର କାନ୍ଥ ନାହିଁ, ଶୋଇବାକୁ ଖଟ ନାହିଁ। ଡଙ୍ଗରରୁ ପାଣି ଧୋଇନେବା ଆଶଙ୍କାରେ ମାଟି ଉପରେ ଶୋଉଥିବା ଜାଗାର ଚାରି ଦିଗରେ ହିଡ ଦେଇଛନ୍ତି। ଛାତ, ଖପର କିଛି ନାହିଁ। ଭଙ୍ଗା ପ୍ଲାଷ୍ଟିକ ଖଣ୍ତେ ଝୁଲୁଛି। ସାପ, ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଗାଁ ସାହୁକାର କିଛି ଥିମେଟ କୀଟନାଶକ ଆଣି ଚାରି କଡରେ ଛିଞ୍ଚି ଦେଇଛନ୍ତି।
ଚାଷଜମି ନାହିଁ କି ରହିବାକୁ ଘର ଟେ ବି ନାହିଁ। ଝାଟି, ମାଟି କରି ଘର କରି ନିଜ ବଡ଼ପୁଅ କୁ ଅଲଗା ହାତ, ଗୋଡରେ ଶିଙ୍କୁଳି ବାନ୍ଧି ଗ୍ରାମରୁ କିଛି ଦୂର ଡଙ୍ଗର ବୁଢ଼ା ମନ୍ଦିର ନିକଟରେ ଛାଡି ଦିଆଯାଇଛି। ଉକ୍ତ ଗ୍ରାମର ମୁଖିଆ କୌଣସି ବିଷଧର ଜନ୍ତୁ ନ ଆସିବା ପାଇଁ ଉକ୍ତ ହିଡରେ ଥିମେନ ଓ ରାସାୟନିକ ସାର ଝିଣ୍ଟି ଦେଇଛନ୍ତି। ବିଧବା ମା’ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାପ ଭଣ୍ତାରଯୋର ମୌଜାର ବାସିନ୍ଦା ହୋଇଥିଲେ ସୁଦ୍ଧା ବାସହୀନ ଥିବାରୁ ସିଦ୍ଧ ବାବା ଡଙ୍ଗର ତଳ ଜଙ୍ଗଲ ଭିତରେ ଆଶ୍ରୟ ନେଇଛନ୍ତି। ଦୁର୍ଗା ପ୍ରସାଦ ମାନସିକ ରୋଗୀ ହୋଇଥିବାରୁ ହାତ, ଗୋଡ ଶିଙ୍କୁଳିରେ ବନ୍ଧା ହୋଇଛି। ବିଧବା ମାଁ ମୂଲ ଲାଗି ଯାହା ଆଣେ ତାହା ହିଁ ସର୍ବସ୍ବ। ଉକ୍ତ ଡଙ୍ଗର ବୁଢା ମନ୍ଦିରକୁ କେତେବେଳେ କେମିତି ଭକ୍ତ ଆସିଲେ କିଛି ସାହାଯ୍ୟ କରିଥାନ୍ତି। ଏହି ପରିବାର ଶିକୁଳି ବନ୍ଧା ଯୁବକର ଚିକିତ୍ସା ତାଙ୍କର ଆର୍ଥିକ ସ୍ଥିତି ଅନୁସାରେ କରାଯାଇଛି। ଯାହା ସନ୍ତୋଷ ଜନକ ନୁହେଁ। ବିଧବା ମା ର ଏବେ କେହି ସାହା, ଭରଷା ନ ଥିବା ବେଳେ କିପରି ଚାରି ବର୍ଷ ହେଲା ଏମିତି ଶିକୁଳିରେ ବାନ୍ଧି ରଖିଛନ୍ତି। ଏ ଦିଗରେ ପ୍ରଶାସନ ଅବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଯଦି କିଛି ବ୍ୟବସ୍ଥା କରାଯାଏ ତେବେ ଉକ୍ତ ମାଆ ନିଜ ପୁଅକୁ ଏକ ନୂତନ ଜୀବନ ଦେଇପାରନ୍ତେ।