Home ଜିଲ୍ଲା ପରିକ୍ରମା ପାଞ୍ଚ ଶହ ଟଙ୍କା ଦେଇ ନ ପରିବାରୁ ପ୍ରଦାନ କରାଯାଉନି ବାର୍ଦ୍ଧକ୍ୟ ଭତ୍ତା

ପାଞ୍ଚ ଶହ ଟଙ୍କା ଦେଇ ନ ପରିବାରୁ ପ୍ରଦାନ କରାଯାଉନି ବାର୍ଦ୍ଧକ୍ୟ ଭତ୍ତା

238

ବଲାଙ୍ଗୀର, ୨-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାରୀ ଭାବେ ବରମ୍ଭାର ଆବେଦନ, ନିବେଦନ କରି, କରି ନିରାଶ ହେବାକୁ ପଡିଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ଉଲ୍ଲେଖ ରହିଥିବା ମିଥିଲା ସିଂହ ନାମ୍ନୀ ଜଣେ ବୃଦ୍ଧା ବୟସ ୭୦ ହେବା ସତ୍ୱେ ତାଙ୍କୁ ଭତ୍ତା ମିଳିପାରି ନାହିଁ। ଏ ନେଇ ତାଙ୍କୁ ଟିଟିଲାଗଡ଼ ବ୍ଲକ ରେ ଆବେଦନ କରିବା ସହ ଟିଟିଲାଗଡ଼ ପୌରପରିଷଦ ରେ ମଧ୍ୟ ଆବେଦନ କରିବାକୁ ଟିଟିଲାଗଡ଼ ଉପଜିଲ୍ଲାପାଳ କହିଥିଲେ। ଦୀର୍ଘ ଦିନ ବିତିଯିବା ଓ ସବିଶେଷ ବିବରଣୀ ଦାଖଲ କରିବା ସତ୍ୱେ ତାଙ୍କୁ ମାସିକ ଭତ୍ତା ପ୍ରଦାନ ବଦଳରେ ଏକ ହଜାର ଟଙ୍କା ବ୍ଲକର ଅଧିକାରୀ ମାଗିଥିବା ଓ ସେ ଦେଇପାରି ନ ଥିବାରୁ ତାଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉନାହିଁ। ସେ ଏ ନେଇ ମଧ୍ୟ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଅବଗତ କରାଇବାରୁ କେବଳ ପ୍ରତିଶ୍ରୁତି ମିଳିଲା ସିନା ଦିନ ବିତି ଚାଲିଛି। ପୁଅ ଅବା ଝିଅ କେହି ନ ଥିବା ବେଳେ କାମ, ଧନ୍ଦା ବି କରିପାରୁ ନାହାନ୍ତି। ଏହି ପରିଣତ ବୟସ ରେ ଏହି ଭତ୍ତା ପାଇଁ ନିରାଶ ହୋଇ ରହିଥିବା, ମିଥିଳା ଙ୍କ ପ୍ରତି ସେ କିପରି ଏହି ସରକାରୀ ଯୋଜନା ପାଇ ପାରିବେ ଉକ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.