Home ଜିଲ୍ଲା ପରିକ୍ରମା ପଶୁପକ୍ଷୀଙ୍କ ପେଟ ଚିହ୍ନନ୍ତି ସଂଗ୍ରାମ, ଏବେ ବି ବଞ୍ଚିଛି ମଣିଷପଣିଆ

ପଶୁପକ୍ଷୀଙ୍କ ପେଟ ଚିହ୍ନନ୍ତି ସଂଗ୍ରାମ, ଏବେ ବି ବଞ୍ଚିଛି ମଣିଷପଣିଆ

129

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ଗ୍ରାମର ଗୋପାଳ ସାମନ୍ତରାୟଙ୍କ ଜ୍ୟେଷ୍ଠପୁତ୍ର ସଂଗ୍ରାମ ପେଶାରେ ଜଣେ ମନ୍ଦିର ପୂଜକ ହେଲେ ନିଶା ତାଙ୍କର ପ୍ରତିଦିନ ପଶୁ ପକ୍ଷୀଙ୍କୁ କଦଳୀ, ବିସ୍କୁଟ, ସେଓ ଖାଇବାକୁ ଦେବା । ବିଭିନ୍ନ ସମୟରେ ପଶୁପକ୍ଷୀ ମାନଙ୍କୁ ଆହାର ଯୋଗାଇ ଦେଇ ଆତ୍ମ ସନ୍ତୋଷ ପାଉଥିବା ମଣିଷ ହେଉଛନ୍ତି ସଂଗ୍ରାମ । ତାଙ୍କର ସ୍ୱଳ୍ପ ଆୟ ଭିତରେ ପ୍ରତିଦିନ ଏହିପରି ମହତ କାର୍ଯ୍ୟ କରୁଥିବାରୁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ପଶୁପକ୍ଷୀମାନେ ମୁହଁ ଖୋଲିପାରୁ ନଥିବାରୁ ସେମାନଙ୍କୁ ଭୋକ ଲାଗିଲେ ଆମେ ଜାଣିପାରୁ ନାହୁଁ ବୋଲି ସଂଗ୍ରାମ ବିଦ୍ୟାଳୟରେ ପଢୁଥିବା ବେଳେ ଏହି କଥା ହୃଦୟଙ୍ଗମ କରୁଥିଲେ । ପରେ ସେ ନିଜର ଶକ୍ତି ମୁତାବକ ପ୍ରତିଦିନ ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ବଣ୍ଟନ କରିବେ ବୋଲି ସ୍ଥିର କରି ଏହି ମହତକାର୍ଯ୍ୟ ଆଜି ପର୍ଯ୍ୟନ୍ତ ଚାଲୁ ରଖିଛନ୍ତି । ନିଜ ପରିବାରର ଖର୍ଚ୍ଚକୁ କାଟି ଦୈନନ୍ଦିନ ପଶୁପକ୍ଷୀ ମାନଙ୍କ ପ୍ରତି ଏହିପରି ଦୟାଭାବ ଦେଖାଇବା ବାସ୍ତବରେ ସଂଗ୍ରାମଙ୍କ ମଣିଷପଣିଆ ସ୍ପଷ୍ଟ ଭାବେ ବାରି ହୋଇ ପାରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.