Home ଜିଲ୍ଲା ପରିକ୍ରମା ୬ଦିନ ପରେ ୩ ଜଳବନ୍ଦୀ ଗ୍ରାମରେ ପହଞ୍ôଚଲେ ବିଡିଓ

୬ଦିନ ପରେ ୩ ଜଳବନ୍ଦୀ ଗ୍ରାମରେ ପହଞ୍ôଚଲେ ବିଡିଓ

85

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ କେନ୍ଦୁଆପଦା ପଂଚାୟତ ଅଧୀନସ୍ଥ ମୁଗଗଡିଆ-କସଗଡିଆ ଓ ଗୋହିରାପଦୀ ଗ୍ରାମ ଲଘୁଚାପ ଜନିତ ବର୍ଷା ଯୋଗୁଁ ୬ ଦିନ ହେବ ପାଣିଘେରରେ ରହିବା ପରେ ଶେଷରେ କ୍ଷେତ୍ର ପରିଦର୍ଶନ ପାଇଁ ଆଜି ପହଞ୍ôଚଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଏଠାରେ ସୂଚନାଯୋଗ୍ୟ ଗତ ୨୦ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଆପଦା ପଂଚାୟତର କସଗଡିଆ-ମୁଗଗଡିଆ ଓ ଗୋହିରାପଦୀ ଭଳି ୩ଟି ଗ୍ରାମ ଜଳବନ୍ଦୀରେ ଥାଇ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିଲା । ଏହି ୩ଟି ଗ୍ରାମବାସୀଙ୍କ ଦୁର୍ଦ୍ଦଶାର ସୀମା ଅତିକ୍ରମ କରିଥିବାବେଳେ କୌଣସି ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ କିମ୍ବା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ôଚନଥିବା ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଶେଷକରି ପାଣିପାଗ ବିଭାଗର ସୂଚନା ମୂଳେ ଏହି ଲଘୁଚାପ ଜନିତ ବର୍ଷା ଲାଗିରହିବାର ସମ୍ଭାବନା ଥିବାରୁ ସେମାନଙ୍କର ଦୁଃଖ ବଳେଇ ପଡିଛି । ତେବେ କୃଷକ ସଂଗଠନର ସହଯୋଗରେ ଭବେନ୍ଦ୍ର ସାହୁ, ରାଜୁ ପଣ୍ଡାଙ୍କ ନେତୃତ୍ୱରେ ୩ ଟି ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବନ୍ତ ବ୍ଲକ୍ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେବିକା ବିଲନଙ୍କୁ ଭେଟିବା ପରେ ସେ ବିକେବିଏମ୍ ରାସ୍ତାର ଗଣ୍ଡଗରା ଠାରେ ପହଞ୍ôଚ ଦେଢକିଲୋମିଟରରୁ ଉର୍ଦ୍ଧ୍ୱ ପାଣି କାଦୁଅରେ ଚାଲି ଚାଲି ଯାଇ କ୍ଷେତ୍ରର ପରିଦର୍ଶନ କରିଥିଲେ । ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କାଳରେ ପ୍ରଶାସନ ଦ୍ୱାରା ଯାହା ସମ୍ଭବ, ତାହା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.