Home ଜିଲ୍ଲା ପରିକ୍ରମା ବାଲେଶ୍ୱର କରୋନା ଆକ୍ରାନ୍ତଙ୍କ ତଥ୍ୟ

ବାଲେଶ୍ୱର କରୋନା ଆକ୍ରାନ୍ତଙ୍କ ତଥ୍ୟ

109

ବାଲେଶ୍ୱର, ୨୦-୮(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାରଦିନ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୩୮ରେ ପହଞ୍ଚିଛି। ଅଦ୍ୟାବଧି ୧୫୩୮ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୯୮୭ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅଦ୍ୟାବଧି ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୮ରେ ସ୍ଥିର ରହିଛିି। ତେବେ ଗୁରୁବାରଦିନ ଚିହ୍ନଟ ହୋଇଥିବା ୧୪୦ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୩୫ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ତେବେ ସଦର ବ୍ଲକ ରୂପସା ତାହାରପୁରରୁ ୬ ଜଣ, ବାଲିଆପାଳ ବ୍ଲକ କୁମ୍ଭାରୀରୁ ୩ ଜଣ, ସୋର ବ୍ଲକ ଦୟାନିଧିପୁରରୁ ୪ ଜଣ, ବାଲେଶ୍ୱର ସହରର ମାଣିଖମ୍ବରୁ ୩ ଜଣ ଓ ସହଦେବଖୁଣ୍ଟାରୁ ୭ ଜଣ ଏକକାଳୀନ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣର ସ୍ଥିତିକୁ ସଙ୍ଗୀନ କରିଛି। ସେହିଭଳି ଜିଲ୍ଲା ମୁଖ୍ୟଚିକିତ୍ସାଳରେ କାର୍ଯ୍ୟରତ ଜଣେ ଡାକ୍ତର ସଂକ୍ରମିତ ହୋଇଛନ୍ତି। ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.