Home ଜିଲ୍ଲା ପରିକ୍ରମା ରାଜପଥ ପ୍ରଶସ୍ତିକରଣ; ତୃଟିପୂର୍ଣ୍ଣ ସୁରକ୍ଷା ପ୍ରାଚୀର, ଭୁଷୁଡିବ ୨ମହଲା କୋଠା

ରାଜପଥ ପ୍ରଶସ୍ତିକରଣ; ତୃଟିପୂର୍ଣ୍ଣ ସୁରକ୍ଷା ପ୍ରାଚୀର, ଭୁଷୁଡିବ ୨ମହଲା କୋଠା

77

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ଠିକାସଂସ୍ଥା ଦିଲ୍ଲିପ ବିଲ୍ଡି କର୍ପୋରେସନ କତ୍ତୃପକ୍ଷ ଉପଯୁକ୍ତ ଭାବେ ‘ଯ’ ନାଳର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ପଦକ୍ଷେପ ନେଇ ନଥିବାରୁ ଭଣ୍ଡାରିପୋଖରୀ ବଜାର ଠାରୁ ଅନତିଦୂରରେ ଥିବା ଏକ ଦୁଇ ମହଲା କୋଠାଘର ଭୁଷୁଡି ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଗତ ୧୧ ତାରିଖ ଠାରୁ ଘରର କ୍ଷତି ଆଶଙ୍କା କରି ପ୍ରଫୁଲ୍ଲ ସାହୁଙ୍କ ପରିବାର ରାତ୍ର ଉଜାଗର ରହିବା ସହ ଗୁରୁବାର ଦିନ ପ୍ରଫୁଲ୍ଲଙ୍କ ପତ୍ନୀ ସୁକାନ୍ତି ସାହୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ଦଶ ବର୍ଷ ଧରି ପ୍ରଫୁଲ୍ଲ ସାହୁଙ୍କ ପରିବାର ଗୃହନିର୍ମାଣ କରି ବସବାସ କରୁଥିବା ବେଳେ ଜତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ବେଳେ ‘ଯ’ ନାଳର ପାଣିମାଡରୁ ରକ୍ଷା କରିବା ପାଇଁ ସଂପୃକ୍ତ ଘର ସମ୍ମୁଖରେ ଠିକାସଂସ୍ଥା ପକ୍ଷରୁ ଯେଉଁ ପ୍ରାଚୀର ନିର୍ମାଣ କରାଯାଇଥିଲା ତାହା ତୃଟିପୂର୍ଣ୍ଣ ରହିଥିବାରୁ ମାଟି ଅତଡା ଖାଇ ଘର ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ କୋଠାଘର ଟିରେ ଅସଂଖ୍ୟ ଫାଟ ସୃଷ୍ଟି ହେବା ସହ ଅଧିକ ମାଟି ଧସିଗଲେ ଘର ମଧ୍ୟ ଭୁଷୁଡି ପଡିବ ବୋଲି ପରିବାର ଲୋକେ ଛାନିଆ ହୋଇପଡିଛନ୍ତି। ଏହି ଚିନ୍ତିତ ପରିବାର ଜାତୀୟ ରାଜପଥ କତ୍ତୃପକ୍ଷ ଓ ଠିକା ସଂସ୍ତାର ଦୃଷ୍ଟି ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.