Home ଓଡ଼ିଶା ପୁଲିସ ଜନତା ଖଣ୍ଡଯୁଦ୍ଧ ମାମାଲା-୧୨ କୋର୍ଟ ଚାଲାଣ

ପୁଲିସ ଜନତା ଖଣ୍ଡଯୁଦ୍ଧ ମାମାଲା-୧୨ କୋର୍ଟ ଚାଲାଣ

90

କୋରେଇ ୧୪-୮ (ଓଡ଼ିଆ ପୁଅ/ଭାସ୍କର ସାହୁ) କୋରେଇ ବ୍ଲକ ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଂଚାୟତ ଅମୃତିଆ ଗ୍ରାମରେ ବୁଧବାର ଦିନ ଏକ ଜମିବାଡିକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗୋଷ୍ଠି ସଘଂର୍ଷ ଘଟିବା ସହ ୨ଜଣ ଗୁରୁତର ଆହାତ ହୋଇଥିଲେ। ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବାର ମିଥ୍ୟା ଖବର ପ୍ରଚାର ପରେ ଗ୍ରାମବାସୀମାନେ ପ୍ରତିହିଂସା ପରାୟଣ ହୋଇ ୨ଟିବାଇକ ପୋଡିବା ସହିତ ପୁଲିସକୁ ଆତର୍କିତ ଆକ୍ରମଣ କରିଥିଲେ ଏଥିରେ ୩ଟି ପୁଲିସ ଗାଡି ଭାଙ୍ଗିବା ସହିତ ୩ ପୁଲିସ କର୍ମଚାରୀ ଗୁରୁତର ଆହାତ ହୋଇଥିଲେ। ଏ ଘଟଣାକୁ ଜିଲ୍ଲା ଏସପି ଚରଣ ସିଂ ମୀନା ଗୁରୁତ୍ୱର ସହିତ ନେବା ସହିତ ଅକ୍ରମଣକାରୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନେତୃତ୍ୱରେ ଯାଜପୁରରୋଡ ଏସଡିପିଓ ଛିନ୍ମୟ ନାୟକ, ପାଣିକୋଇଲି ଥାନାଧିକାରୀ ସସ୍ମିତା ସାହୁ, ଯାଜପୁରରୋଡ ଥାନାଧିକାରୀ ଅନିଲ ମହାନ୍ତି, ବରୀ ଥାନାଧିକାରୀ ଅଜୟ କୁମାର ଜେନା ଓ ଇନିସିପେକ୍ଟର ଚକ୍ରପତି କଅଁର ପ୍ରମୁଖ ପୁଲିସ ଫୋର୍ସ ସହିତ ଅମୃତିଆ ଗ୍ରାମରେ ପହଁଚି ଘଟଣା ସମୟର ରେକର୍ଡିଂ ଭିଡିଓରୁ ପୁଲିସକୁ ଆକ୍ରମଣ କରିଥିବା ଚିର୍ହ୍ନଟ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଘରୁ ଉଠାଇ ଆଣିଥିଲା।ପୁଲିସର ଗିରଫଦାରୀ ଭୟରେ ଗ୍ରାମ ପୁରୁଷ ଶୁନ୍ୟ ହୋଇଯାଇଛି।ଏ ନେଇ ପୁଲିସ ୩ଟି ମାମଲା ରୁଜୁ କରି ଏହି ମାମଲାରେ ଆଜି ୧୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ଓ ପୁଲିସ ନିଜ ପକ୍ଷରୁ ଗୋଟିଏ ମାମାଲା ୧୮୦/୨୦ ରୁଜୁ କରିଛି। ଗୁରୁତର ଆହାତ ସାରଙ୍ଗ ମହାପାତ୍ରଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମାମଲା ୧୭୯/୨୦ ରୁଜ ୁକରାଯାଇ ଅମୃତିଆ ଗ୍ରାମର ମହୀ ମହାପାତ୍ରଙ୍କ ପୁଅ କାର୍ହ୍ନୁ ସ୍ୱାଇଁ ଓରଫ ମହାପାତ୍ର(୩୭), ବାଇଧର ପରିଢାଙ୍କ ପୁଅ ପ୍ରଶାନ୍ତ(୪୯), ବଣହରା ଗ୍ରାମର ଅନୁ ସାହୁଙ୍କ ପୁଅ ଲକ୍ଷ୍ମୀଧର(୪୭)ଙ୍କୁ ଦଫା ୧୪୭, ୧୪୮, ୪୪୭, ୩୨୪, ୩୪ ଆଇପିସି ୩୦୭, ୫୦୬, ୧୪୯ ଆଇପିସିରେ କୋର୍ଟଚାଲାଣ କରାଯାଇଥିବା ବେଳେ କାର୍ହ୍ନୁ ସ୍ୱାଇଂଙ୍କ ଅଭିଯୋଗ କ୍ରମେ ଏକ ମାମଲା ୧୮୧/୨୦ ରୁଜୁ ହୋଇଛି। ସେହିପରି ପୁଲିସକୁ ଆକ୍ରମଣ ମାମଲାରେ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନବଘନ ମହାପାତ୍ରଙ୍କ ପୁଅ ପ୍ରଦୀପ, ମୁରଲୀ ମହାପାତ୍ରଙ୍କ ପୁଅ ରଂଜନ, ଦୈତାରୀ ମହାପାତ୍ରଙ୍କ ପୁଅ ମୁରଲୀ, ଝରୀଆ କବିଙ୍କ ପୁଅ ବିଶ୍ୱନାଥ, ବିଶ୍ୱନାଥ କବୀଙ୍କ ପୁଅ ଅମର, ମୁରଲୀଧର ମହାପାତ୍ରଙ୍କ ପୁଅ ରବିନ୍ଦ୍ର, ଗୌରାଙ୍ଗ ମହାପାତ୍ରଙ୍କ ପୁଅ କେଦାର ଓ ସତ୍ୟନାରାୟଣ ଓ କ୍ଷେତ୍ରବାସୀ ମହାପାତ୍ରଙ୍କ ପୁଅ ବିଦ୍ୟାଧରକୁ ଗତକାଲି ରାତିରେ ଗିରଫ କରାଯିବାପରେ ଆଜି ଦଫା ୧୪୭, ୧୪୮, ୧୪୯, ୩୫୩, ୩୩୬, ୩୩୭, ୩୩୮, ୩୩୨, ୩୪୧, ୨୯୪, ୩୨୫, ୩୨୬, ୩୦୭, ୫୦୬ ଆଇପିସି/୧୪୯ ଆଇପିସି/୩ପିଏପିଡି ପିପି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି। ପୁଲିସ କରିଥିବା ମାମଲାର ତଦନ୍ତଭାର ନିଜେ ଥାନାଧିକାରୀ ସସ୍ମିତା ସାହୁ ନେଇଥିବାବେଳ ଅନ୍ୟ ଦୁଇଟି ମାମାଲାର ତଦନ୍ତ ଏସଆଇ ପୁଷ୍ପଲତା ବେହେରା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.