କେନ୍ଦ୍ରାପଡା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟା ୬ଟା ସମୟରେ କୋଭିଡ-୧୯ ନିୟମ ପାଳନ ପୂର୍ବକ ପ୍ରାଣବଳୀ ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଛି। କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୀର ସଫିକ, ଅଙ୍ଗନୱାର୍ଡିକର୍ମୀ, ଆଶାକର୍ମୀଙ୍କ ସମେତ ପଂଚାୟତର ଅନ୍ୟମାନେ ଅଂସଗ୍ରହଣ କରିଥିଲେ।