Home ଓଡ଼ିଶା ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ସ୍ତ୍ରୀ ଓ ପ୍ରସୁତୀ ଡାକ୍ତର ରୋଗୀ ହନ୍ତସନ୍ତ

ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ସ୍ତ୍ରୀ ଓ ପ୍ରସୁତୀ ଡାକ୍ତର ରୋଗୀ ହନ୍ତସନ୍ତ

107

ବାହାନଗା, ବାଲେଶ୍ୱର ୭-୮(ଭାରତୀ ଦାସ / ଓଡ଼ିଆ ପୁଅ) : କରୋନା ସଂକ୍ରମଣରେ ସାରା ବିଶ୍ୱ କବଳିତ ଥିବା ବେଳେ ସାରା ଦେଶ ଓ ରାଜ୍ୟରେ ସବୁ ସମୟରେ କରୋନା ଆକ୍ରାନ୍ତ ହେଉଥିବାର ସୂଚନା ମିଳୁଛି। ତେଣୁ କିଏ କେତେବେଳେ କରୋନା ଆକ୍ରାନ୍ତ ହେବ ଜାଣି ହେଉ ନାହିଁ। ସରକାର ସବୁବେଳେ ଶିଶୁ ଓ ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପ୍ରକାର ଯୋଜନା ଆଣିଛନ୍ତି। କିନ୍ତୁ ସେହି ଗର୍ଭବତୀ ସୁରକ୍ଷିତ ମଣୁ ନଥିବାର ନଜିରକୁ ଆସିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର କେନ୍ଦ୍ର ସ୍ଥଳରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଏହା ବ୍ଲକର କେନ୍ଦ୍ର ସ୍ଥଳୀ ଭାବରେ ପରିଚିତ। ଏହା ୨୦୦୮ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିବା ବେଳେ ଏଠାରେ ୪ଟି ବିଶେଷଜ୍ଞ ରହିବା କଥା। କିନ୍ତୁ ଏଠାରେ ଜଣେ ହେଲେ ବିଶେଷଜ୍ଞ ନଥିବାର ଜଣାପଡ଼ିଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ଟି ପଞ୍ଚାୟତ ନିର୍ଭର କରି ସ୍ୱାସ୍ଥ୍ୟ ସେବା ପ।।ଇଁ ଆସୁଥିବା ବେଳେ ଏଠାରେ ନାହାନ୍ତି ଜଣେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ। ଯାହା ଫଳରେ ବହୁ ସଂଖ୍ୟାରେ ପ୍ରସୁତି ରୋଗୀ ସେବାରୁ ବଞ୍ଚିତ ହେଉଥିବାର ଜଣାପଡ଼ିଛି। ଏପରିକି ଏହି ସମ୍ବନ୍ଧୀୟ ରୋଗ ଦେଖାଇବାକୁ ଆସୁଥିବା ପ୍ରସୁତି ମାନେ ହଇରାଣ ହରକତ ହେଉଛନ୍ତି। ଏପରିକି ପ୍ରସବ ବେଳେ ରୋଗୀ ମାନଙ୍କୁ ବାଲେଶ୍ୱର ସଦର ହସପିଟାଲକୁ ଘଡ଼ି ସନ୍ଧି ମୂହୁର୍ତ୍ତରେ ଜୀବନକୁ ବାଜି ଲଗାଇ ଯିବାକୁ ପଡ଼ୁଛି। କାରଣ ଯେହେତୁ ଏଠାରେ ସେହି ଡାକ୍ତର ନାହାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନର୍ସ ଓ ଅନ୍ୟ ଡାକ୍ତର ଏହି ରୋଗୀଙ୍କୁ ଚିକିତ୍ସା ଏବଂ ପ୍ରସୂତୀ କରିବାକୁ ଡରି ସ୍ଥାନାନ୍ତର କରିବାର ଦେଖିବାକୁ ମିଳୁଛି। ଫଳରେ କାହର ରାସ୍ତାରେ ପିଲା ଜନ୍ମ ହେଉଛିତ କାହାର ସେଠାରେ ଅପରେସନ କରି ପିଲାଜନ୍ମ କରାଯାଉଛି। ତେଣୁ ଏବାବଦରେ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନମହାପାତ୍ରଙ୍କୁ ପଚାରିବାରୁ ସେ କହନ୍ତି ସରକାରଙ୍କ ଦ୍ୱାରା ଜଣେ ପ୍ରସୁତି ବିଶେଷଜ୍ଞ ଡାକ୍ତର ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫଠାଇବା ଆବଶ୍ୟକତା ରହିଛି। ନନେହେଲ ସପ୍ତାହରେ୨ଦିନ ଜଣେ ପ୍ରସୁତି ଡାକ୍ତର ଡେପୁଟେସନରେ ପଠାଇବା ଅବଶ୍ୟକତା ଅଛି। ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଅଭୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହନ୍ତି କରୋନା ପାଇଁ ଚିନ୍ତା ଅଛି ଆଗକୁ ସରକାରଙ୍କୁ ଏବାବଦରେ ଲିଖିତ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.