Home Coronavirus Outbreak କନ୍ଧମାଳ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ପୁଣି ଆଗାମୀ ୧୦ ଦିନ କନ୍ଧମାଳ ରହିବ ଲକ୍‌ଡାଉନ

କନ୍ଧମାଳ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ପୁଣି ଆଗାମୀ ୧୦ ଦିନ କନ୍ଧମାଳ ରହିବ ଲକ୍‌ଡାଉନ

131

ବାଲିଗୁଡା, ୨୯-୭ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ଭାଇରସ ଲାଗି ୨୯ତାରିଖ ବୁଧବାର ଠାରୁ ଅଗଷ୍ଟ ୭ ତାରିଖ ଯାଏଁ କନ୍ଧମାଳ ଜିଲ୍ଲା ଲକ୍‌ଡାଉନ୍‌ରହିବ। ଜିଲ୍ଲାପାଳ ଡଃ ବୃନ୍ଦା ଡି ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନ ଅଚଂଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ଲକଡାଉନ ରହିବ। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଗଷ୍ଟ ୭ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ସିଲ କରି ଦିଆଯିବ। ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ଲୋକେ ଜରୁରୀକାଳୀନ ସମୟରେ ବାଇକରେ ଯାନବାହାନ ଗୁଡ଼ିକ ଚଳାଇପାରିବେ। ସରକାରୀ କର୍ମଚାରୀମାନେ ଜରୁରୀକାମରେ ଯିବାଆସିବା କରିପାରିବେ। ସେଥିପାଇଁ ସଂପୃକ୍ତ କର୍ମଚାରୀଙ୍କୁ ସରକାରୀ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।

ଲକଡାଉନରେ କାହାକୁ ଅନୁମତି

-ହସ୍‌ପିଟାଲ, କ୍ଲିନିକ, ନର୍ସିଂହୋମ, ପାଥୋଲୋଜୀ, ଔଷଧ ଦୋକାନ ଖୋଲା ରହିବ। ସେହିଭଳି ଆମ୍ବୁଲାନ୍ସ ସେବା ଜାରି ରହିବ।

-ଜିଲ୍ଲା ଓ ପୌରପାଳିକା ପ୍ରଶାସନ, ପୁଲିସ ଓ ଦମକଳ ସେବା ବନ୍ଦ ରହିବ ନାହିଁ।

-ଟେଲିକମ ସେବା ଓ ପୋଷ୍ଟ ଅଫିସ ସେବା ଚାଲିବ।

-ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ।

-କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୁଲିସ ଦ୍ୱାରା ଜାରି କରାଯାଇଥିବା ପାସ ଦେଖାଇ ଗଣମାଧ୍ୟମର କର୍ମଚାରୀ ଯାତାୟତ କରିପାରିବେ।

-ଜଳ ଯୋଗାଣ ଓ ସଫେଇ କାମ ଜାରି ରହିବ।

-ଇଲେକ୍ଟ୍ରି ଯୋଗବାଇ ଓ ବିତରଣ କରିବା ବନ୍ଦ ହେବ ନାହିଁ।

-ପୂର୍ବରୁ ଲୋଡ ହୋଇଥିବା ଜିନିଷ ଯାଇପାରିବ।

-କୃଷିକାମ, ଉଦ୍ଦ୍ୟାନ ସଂପର୍କିତ କାମ ଚାଲିବ।

-ଜାତୀୟ ରାଜପଥରେ ପରିବହନ ହୋଇପାରିବ।

-ଆଇଆଇସିଙ୍କ ଅନୁମତି ନେଇ ଅନ୍ତିମ ସଂସ୍କାର କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.