Home କେନ୍ଦୁଝର ଅଭିଭାବକଙ୍କ ଉଦ୍ୟମ ସଫଳ ହେଲା, ନବୋଦୟ ବିଦ୍ୟାଳୟର ବିକାଶ ପାଇଁ ମିଳିଳା ଅନୁଦାନ

ଅଭିଭାବକଙ୍କ ଉଦ୍ୟମ ସଫଳ ହେଲା, ନବୋଦୟ ବିଦ୍ୟାଳୟର ବିକାଶ ପାଇଁ ମିଳିଳା ଅନୁଦାନ

217

ହାଟଡିହି ୨୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହଦଗଡ ଜବାହାର ନବୋଦୟ ବିଦ୍ୟାଳୟଟି ଦୀର୍ଘ ୩୪ବର୍ଷ ହେଲା ସ୍ଥାପିତ ହୋଇଥିବାବେଳେ ଏହାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁ ନଥିଲା । ଫଳରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେବି ମଧ୍ୟ ବିଦ୍ୟାଳୟଟି ନାନା ସମସ୍ୟା ଦେଇ ଗତି କରୁଥିବାବେଳେ ଖୋଦ ଜିଲ୍ଲାର ଜିଲ୍ଲାପାଳ ଏହାର ଚେୟାରମ୍ୟାନ ଭାବେ ଥିଲେବି ଜଣେ ଅଭିଭାବକଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏବେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଏବେ ବିଦ୍ୟାଳୟର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଛି । ଏହି ଅଭିଭାବକ ଜଣକ ହେଉଛନ୍ତି ଓରାଳି ଗ୍ରାମର ସୁଧାଶୁଂ ଦକ୍ଷିଣରାୟ । ସେ ବିଦ୍ୟାଳୟକୁ ଯିବା ଆସିବା ଭିତରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବାବଦରେ ଜାଣିବାପରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ନିଜେ ଦିଲ୍ଲୀ ଯାଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ସଚିବ ଓ ନବୋଦୟ ସମିତିର କମିସନରଙ୍କୁ ସାକ୍ଷାତ କରି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବାପରେ ନବୋଦୟ ସମିତି ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଛି । ବିଭାଗ ପକ୍ଷରୁ ୧୪୪ଜଣ ଛାତ୍ର ଓ ୯୬ ଜଣ ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ସହିତ ୱାର୍ଡନ କ୍ୱାଟର ନିର୍ମାଣ ପାଇଁ ୫କୋଟି ୯୧ଲକ୍ଷ ୯୩ହଜାର ଟଙ୍କା ଯୋଗାଇ ଦିଆଯାଇଛି । ତତ୍ ସହିତ ଜିଲ୍ଲାପାଳଙ୍କ ଉଦ୍ୟମରେ ବିଦ୍ୟାଳୟର ଖେଳପଡିଆ ପାଇଁ ୧କୋଟି ୩୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ଏହା ଏକ ସରକାରୀ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଜଣେ ସାଧାରଣ ଅଭିଭାବକଙ୍କ ଏପରି ଉଦ୍ୟମ କ୍ରମେ ବିଦ୍ୟାଳୟର ବିକାଶ ହୋଇପାରିବାକୁ ନେଇ ସାଧାରଣରେ ପ୍ରସଂଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.