Home କେନ୍ଦୁଝର ତରତରା ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ତରତରା ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

247

ହାଟଡିହି ୨୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ତରତରା ପଞ୍ଚାୟତରେ ଆଜି ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ସାମଲ ତାଙ୍କର ଜିଲ୍ଲାପାଳ କ୍ଷମତା ଜାହିର କରି ସମଗ୍ର ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କରିଛନ୍ତି । ଆକ୍ରାନ୍ତ ଜଣକ ଲୋକାଲ କଣ୍ଟାକ୍ଟ ହୋଇଥବାରୁ ଓ ସେ ବହୁ ଲୋକଙ୍କ ସଷ୍ପର୍ଶରେ ଆସିଥିବାରୁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବା ଆଶଙ୍କାରେ ସରପଞ୍ଚ ଏପରି ପଦକ୍ଷେପ ନେଇଛନ୍ତି । ଆଜି ଡାକବାଜି ଯନ୍ତ୍ରଦ୍ୱାରା ଦୁଡୁଗାଁ, ତରତରା, ବାଳକାଟି, ଖମାରନେଣ୍ଡି, ମାଟିଆନେଣ୍ଡି, ଡିମିରିବନ୍ଧ, ବାହିଆବାରଦଣ୍ଡା, ରଗୁଡି, ମଲ୍ଲାରପଦା, ଡଙ୍କିଆ ଆଦି ଗ୍ରାମକୁ ଆଜି ସକାଳ ୧୦ଟା ଠାରୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ ଘୋଷଣା କରିଛନ୍ତି । ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ତେଜରାତି ଦୋକାନ, ପନିପରିବା ଓ କ୍ଷୀର ଦୋକାନ ଗୁଡିକ ଖୋଲାରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଔଷଧ ଦୋକନ ଗୁଡିକ ସବୁବେଳ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ଭିତରେ କୌଣସି ବାହାର ଲୋକମାନେ ଗାଁକୁ ନପସିବାକୁ ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ସେ ଆନନ୍ଦପୁର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ପ୍ରମୁଖଙ୍କୁ ଅବଗତ କରାଇ ଦେଇଛନ୍ତି । ଆସନ୍ତା କାଲି ତରତରା ଗ୍ରାମ ସହିତ ଏହାର ଆଖପାଖ ଗ୍ରାମକୁ ବିଶୋଧନ କରାଇବାକୁ ନିଷ୍ନତି ନେଇଛନ୍ତି । ସେ ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ସହିତ ସାମାଜିକ ଦୁରତା ରକ୍ଷା କରିବା, ସବୁବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା, ନିୟମିତ ହାତ ଧୋଇବା ଉପରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.