Home କେନ୍ଦୁଝର ସରପଞ୍ଚଙ୍କୁ ଅଣଦେଖା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

ସରପଞ୍ଚଙ୍କୁ ଅଣଦେଖା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

305

ହାଟଡିହି ୨୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଏବେ କୋଭିଡ-୧୯ର ସଫଳ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଦିଆଯାଇଥିବାବେଳେ ଅଁରା ପଞ୍ଚାୟତର ସରପଞ୍ଚଙ୍କୁ ନିର୍ବାହୀ ଅଧିକାରୀ ଅଣଦେଖା କରି ପଞ୍ଚାୟତର କାର୍ଯ୍ୟକ୍ରମରୁ ଦୁରେଇ ରଖୁଛନ୍ତି ବୋଲି ସରପଞ୍ଚ କହ୍ନେଇ ମୁଣ୍ଡା ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ସେ ତିନିବର୍ଷ ହେଲା ସରପଞ୍ଚ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ପଞ୍ଚାୟତର ଆୟ, ବ୍ୟୟର କୌଣସି ତଥ୍ୟ, ରେଜୁଲେସନ ବହି ନାହିଁ । ପଞ୍ଚାୟତର ନିର୍ବାହୀ ଅଧିକାରୀ ବ୍ୟାଙ୍କ ଜମାବହି, କ୍ୟାସ ବହି, ରେଜୁଲେସନ ଆଦିକୁ ନିଜ ପାଖରେ ରଖିଛନ୍ତି । ପଞ୍ଚାୟତର ଯେକୌଣସି କାର୍ଯ୍ୟ କରାଯାଉଛି ସେ ବାବଦରେ ତାଙ୍କୁ ଜଣାନଯାଇ ଦୁଇଜଣ ୱାର୍ଡସଭ୍ୟଙ୍କୁ ଧରି ସବୁ କରୁଛନ୍ତି । ଏପରିକି ତାଙ୍କ ଦସ୍ତଖତକୁ ମଧ୍ୟ ଜାଲ କରାଯାଇ ପଇସା ପତ୍ର ଉଠାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । କୋଭିଡ-୧୯ର ସଫଳ ମୁକାବିଲା ପାଇଁ ତାଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିଲେବି କୋଭିଡ-୧୯ର ମୁକାବିଲା ପାଇଁ ଆସୁଥିବା ସରକାରୀ ଅନୁଦାନକୁ ତାଙ୍କ ଅଗୋଚରରେ ଖର୍ଚ୍ଚ କରାଯାଉଛି ବୋଲି ସେ ବିଡିଓଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ବିଡିଓ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ଡାକି ବୁଝିବେ ବୋଲି ପ୍ରତିଶୃତି ଦେଇଥିବା ସରପଞ୍ଚ କହ୍ନେଇ ମୁଣ୍ଡା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.