Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ନେଇ ସାଧାରଣଙ୍କ ପ୍ରତିବାଦ

ସଡକ ଦୁର୍ଘଟଣାରେ ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ନେଇ ସାଧାରଣଙ୍କ ପ୍ରତିବାଦ

152

ବଲାଙ୍ଗୀର, ୨୫-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଟାଉନ ଥାନା ଆଗରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ନେଇ ତୀବ୍ର ଉତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଅଭିଯୋଗ କରିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ଗାଁର ସୌକୀ ସାହୁ ନିଜ ସ୍ତ୍ରୀ ରଜନୀ ସାହୁଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଯାଉଥିଲେ। ଟାଉନ ଥାନା ସମ୍ମୁଖରେ ପୁଲିସ ଉପସ୍ଥିତିରେ ଏକ ଲାଇନ ଟ୍ରକ୍ ସୌକୀଙ୍କ ମୋଟର ସାଇକେଲ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରଜନୀଙ୍କର ମୃତ୍ୟୁ ହୋଇଥିଲା ଦୁର୍ଘଟଣା ଘଟାଇ ପୁଲିସର ଉପସ୍ଥିତିରେ ବି ଟ୍ରକ୍ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯାଇଥିଲେ। କିନ୍ତୁ ପୁଲିସ ତାର ପିଛ। କରି କିଛି ଦୂରରେ ଉକ୍ତ ଟ୍ରକକୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଥାନାକୁ ଆଣି ଅଟକ ରଖାଯାଇଥିଲା। ସାଧାରଣ ପ୍ରଶାସନିକ ଅଧିକାରୀ ଙ୍କ ଦାଇତ୍ୱ ହୀନତା ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଦର୍ଶାଇ ପ୍ରତିବାଦ କରିବା ସହ ଶତାଧିକ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଶାସନିକ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ତେବେ ତାଙ୍କ ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.