ନୟାଗଡ଼, ୧୭ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ଶୁକ୍ରବାର ୧୩ ଜଣ ପୁଣି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଥିବାବେଳେ ଏହି ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡ଼ିଛି। ଚିହ୍ନଟଙ୍କ ମଧ୍ୟରୁ ଓଡ଼ଗାଁ ବ୍ଳକରୁ ୫ଜଣ ପୁରୁଷ, ରଣପୁର ବ୍ଳକର ଜଣେ ମହିଳା। ସେ ଭୁବନେଶ୍ୱର ସମ୍ ହସପିଟାଲରୁ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ ବ୍ଳକ ଲାଠିପଡ଼ାରୁ ଜଣେ ହୋଇଥିବାବେଳେ ନୟାଗଡ଼ ପୌରାଚଂଳରୁ ୨ଜଣ ପୁରୁଷ ଏବଂ ଖଣ୍ଡପଡ଼ାରୁ ୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖଣ୍ଡପଡ଼ା ୪ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ୨ଜଣ ମହିଳା ଅଛନ୍ତି। ତେବେ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ବଢୁଥିବା ନେଇ ଅଧିକ ଚିନ୍ତା ବଢିଯାଇଛି।